ସାପ କାମୁଡାରେ ଚାଲିଗଲା ବିଧବା ମାଆଙ୍କ ଜୀବନ l

Aug 2, 2025 - 00:02
 0  15
ସାପ କାମୁଡାରେ ଚାଲିଗଲା ବିଧବା ମାଆଙ୍କ ଜୀବନ l

 ବାଲିଗୁଡା ତା.୧/୮(ଷ୍ଟାର ନିୟୁଜ ଓଡିଶା )ସାପ କାମୁଡାରେ ଚାଲିଗଲା ବିଧବା ମା ଙ୍କ ଜୀବନ । ରାତ୍ରା ସମୟରେ ଘଟଣା ଘଟି ସରିଲା ପରେ ଚିକିତ୍ସା ଳୟକୁ ପହଞ୍ଚି ପାରିନି ପୀଡ଼ିତା l ଭାରତ ସ୍ୱାଧୀନ ହୋଇଦୀର୍ଘ ବର୍ଷ ବିତି ଯାଇଥିଲେ  ସୁଧା ବିକାଶ ପହଂଞ୍ଚି ପାରିନି ଡ଼ୁମେରପଡ଼ା ତରଲାଙ୍ଗୀ ଗ୍ରାମରେ l ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ମେଡିକାଲ ନେବାରେ ବିଳମ୍ୱ ଯୋଗୁଁ ଚାଲିଗଲା ବିଧବା ମାଆ ର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ ପଞ୍ଚାୟତ ଡ଼ୁମେରୀପଡ଼ା ଗାଁରେ। ସୂଚନା ମୁତାବକ ଘର  ସୋଇଥିବା ସମୟରେ ଏକ ବିଷଧର ସାପ କାମୁଡ଼ି ଥିବା କହିଛନ୍ତି ବଡ଼ ପୁଅ ବେଣୁ ମାଝ l ଚିକିତ୍ସା ପାଇଁ ଚିକିତ୍ସା ଳୟକୁ ନେବାପାଇଁ ନାହିଁ ରାସ୍ତା ପହଞ୍ଚି ପରନି ଆମ୍ବୁଲାନ୍ସ l ଯାହାରୀ ଫଳରେ ଚାଲିଯାଇଥିଲା ଜୀବନ l ୮ କିଲୋମିଟର ଖଟିଆ ରେ ବୁହାଇ ଆଣିବା ଦ୍ଵାରା ସମୟ ନଷ୍ଟ ହେଇଯାଇଥିଲା ଆଉ ଯଦି ଗାଁ କୁ ରାସ୍ତା ଥାନ୍ତା  ଆମ୍ବୁଲାନ୍ସ ଯାଇପାରିଥିଲେ ବଞ୍ଚିଥାନ୍ତା କହିଛନ୍ତି ଗ୍ରାମା ବାସି l ତେଣୁ କାହିଁକି ଅଣ ଦେଖା କରିଛନ୍ତି ପ୍ରଶାସନ ତାହା ପ୍ରଶ୍ନ ଉଠେ l ଶେଷ ରେ ଅନେକ ପ୍ରୋ ଚେଷ୍ଟା ରେ ପହଞ୍ଚିଲେ ତୁମୁଡିବନ୍ଧ ଚିକିତ୍ସା ଳୟ କୁ ଏବଂ ସ୍ଥାନାନ୍ତର କରାଯାଇଥିଲା ଉପ ଚିକିତ୍ସା ଳୟ ବାଲିଗୁଡାକୁ l ତଥାପି ବଞ୍ଚି ପାରିଲାନି ମା .ଝିଅ କାନ୍ଦୁଛି ମା ବାପା ଛାଡ଼ି ଚାଲିଗଲେ ତମେ ଆମର ବାପା ଏବଂ ମା ଏବେ ତମେ ଛାଡ଼ିକି ଗଲ କେମିତି ବଞ୍ଚିବି ମା l ଗାଁ ବାସିନ୍ଦା ଆଖିରେ ସରୁନି ଲୁହ  କହନ୍ତି ରାସ୍ତା  ଠିକ ଥିଲେ ବଞ୍ଚିପାରିଥାନ୍ତା l ରାସ୍ତା ନ ଥିବାରୁ ଅନେକ ସମସ୍ୟାର ସମୁଖୀନ ହେଉଛୁ ବୋଲି କହିଛନ୍ତି  ଡ଼ୁମେରପଡ଼ା ଗ୍ରାମ ବାସି l
ବାଲିଗୁଡ଼ା ମେଡିକାଲ ପରିସରରୁ ସତନ୍ତ୍ର ପ୍ରତିନିଧି ସଲମନଙ୍କ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow