ନାଟକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ।

Aug 2, 2025 - 13:24
 0  99
ନାଟକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ।

ଝରିଗାଁ,୨l୭ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ "ଭାରତୀ କଳା ନିକେତନ"ଉମରକୋଟ ଓ ଝରିଗାଁ(ଶାଖା)ର ସକ୍ରିୟ ସଦସ୍ଯ ଓ ବହୁ ବରିଷ୍ଠ କଳାକାରଙ୍କ ଉପସ୍ଥିତିରେ ମାଆ ବିଡ୍ରୀ ଠାକୁରାଣୀ ପୀଠରେ ଚଳିତ ବର୍ଷର ନାଟକ ଓ ସାଂସ୍କଂତିକ ମହୋତ୍ସବ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି ।ଏହି ବୈଠକରେ ଅନୁଷ୍ଠାନର ସଭାପତି ତଥା ନିର୍ଦ୍ଦେଶିକା ମଧୁସ୍ମିତା ସଭାପତିତ୍ବ କରିଥିଲେ ।ବିଗତ ବର୍ଷମାନଙ୍କରେ ଅନୁଷ୍ଠାନ କିପରି ସଫଳତା ସହିତ ତ୍ରିଦିବସୀୟ ନାଟକ ମହୋତ୍ସବ ଆୟୋଜନ କରି ଆସିଛି ତତ୍ ସଂପର୍କରେ ପ୍ରତିଷ୍ଠାତା ଅଧ୍ଯାପକ ଗୋପାଳ ମହାରଣା ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।ଉପସ୍ଥିତ ବରିଷ୍ଠ କଳାକାରମାନେ ନାଟକ ପାଇଁ ଦର୍ଶକୀୟ ସହଯୋଗ ଉପରେ ଗୁରୁତ୍ବ ଦେଇଥିଲେ ।ସେମାନଙ୍କ ମତରେ ଦର୍ଶକଙ୍କ ପାଇଁ ଟିକଟ ବ୍ଯବସ୍ଥା ରହିଲେ ନାଟକ ଦେଖିବା ସ୍ପୃହା ବଢିବ ।ତେଣୁ ଏ ସଂପର୍କରେ ସମସ୍ତେ ସହମତି ପ୍ରକାଶ କରିଥିଲେ ।ତେବେ ପରବର୍ତ୍ତୀ ସମୟରେ ଏହି ବିଷୟ ଉପରେ ଆଲୋଚନା କରାଯିବ ବୋଲି ସଭାପତି ସୂଚନା ଦେଇଥିଲେ ।ଅଗଷ୍ଟ ୨୯ ତାରିଖ ଠାରୁ ସେପ୍ଟେମ୍ବର ୧ ତାରିଖ ଏହି ଚାରିଦିନ ବ୍ଯାପି ଷଷ୍ଠ ରାଜ୍ଯ ସ୍ତରୀୟ ନାଟକ ମହୋତ୍ସବ-୨୦୨୫ ଉମରକୋଟ କଲ୍ଯାଣ ମଣ୍ଡପଠାରେ ଆୟୋଜନ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।ଏହି ମହୋତ୍ସବରେ ଅଧ୍ଯାପକ ଗୋପାଳ ମହାରଣାଙ୍କ ଚାରିଗୋଟି ନାଟକକୂ ରାଜ୍ଯର ତିନୋଟି ଅନୁଷ୍ଠାନ ଯଥା-ଭାରତୀ କଳା ନିକେତନ(ନାଟକ-ନିଶା),ପରିଚୟ,ରାଉରକେଲା(ନାଟକ ପାନ୍ଥଶାଳାର ପଥିକ),  ଗୁରୁନାଥ ସାଂସ୍କୃତିକ  ପରିଷଦ, ଲୂଦୁଲୁଦି, ଘୁମୁସର, ଗଞ୍ଜାମ(ନାଟକ-ସେମାନେ ଆସିବେ)ଏବଂ ଭାରତୀ କଳା ନିକେତନ(ନାଟକ-ପଞ୍ଚମ ବେଦ) ପରିବେଷଣ କରିବେ ବୋଲି ସ୍ଥିର ହୋଇଥିଲା ।ଅଗଷ୍ଟ ୩୧ ତାରିଖରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ ଏବଂ କବି କବୟିତ୍ରୀ ମାନଙ୍କୁ ଦ୍ବାରା କଳା ଓ ସଂସ୍କୃତି ଆଧାରିତ କବିତା ପଠୋତ୍ସବ ଅନୁଷ୍ଠିତ ହେବ ।ନାଟକ ମହୋତ୍ସବକୁ ସରସ ସୁନ୍ଦର ଓ ଦର୍ଶକାଦୃତ କରିବାପାଇଁ ସମସ୍ତଙ୍କ ସହଯୋଗ ଆବଶ୍ଯକ ବୋଲି ଝରିଗାଁ ଶାଖା ଉପ ସଭାପତି ଜୟଶ୍ରୀ ଦାସ କହିଥିଲେ ।ଉକ୍ତ ବୈଠକରେ ଶ୍ରୀମତୀ ଶାନ୍ତିଲତା ମହାନ୍ତୀ,ଶ୍ରୀ ବିଦ୍ଯୁତ କୁମାର ପାତ୍ର,ବିବେକାନନ୍ଦ ପଟ୍ଟନାୟକ,ବସନ୍ତ କୁମାର ସାହୁ,ପିଣ୍ଟୁ ଠାକୁର,ସନ୍ତୋଷ କୁମାର ପରିଡା,ଅମିୟ ଶଙ୍କର ତ୍ରିପାଠୀ,ଦୀପଶିଖା ନାୟକ,ସାଗରିକା ପଟ୍ଟନାୟକ,ଏମ୍ ମଧୁଛନ୍ଦା,ଶିଶୁ କଳାକାର ସାଇ ଅନୁଷ୍କା ମହାରଣା,ଜୟଶ୍ରୀ ଦାସ, ଶ୍ରୀ ରମେଶ ଚନ୍ଦ୍ର ନାହାକ,ରବି କୁମାର ଗୁପ୍ତା ଏବଂ କ୍ରିଷ୍ଣା ଭତ୍ରା ଆଦି ଉପସ୍ଥିତ ଥିଲେ ।କାର୍ଯ୍ଯକ୍ରମର ସଫଳତା ପାଇଁ ମାଆ ବିଡ୍ରୀ ଠାକୁରାଣୀଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଥିଲା ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow