ବିଦ୍ଯାକନକ ନାଟ୍ଯଦମ୍ପତି ସମ୍ମାନ"ପାଇଲେ ନାଟ୍ଯକାର ଗୋପାଳ ମହାରଣା ଏବଂ ଶ୍ରୀମତୀ ମଧୁସ୍ମିତା ମହାରଣା।

ଝରିଗାଁ,୨୭l୫(ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ "ଭାରତୀ କଳା ନିକେତନ"ର ପ୍ରତିଷ୍ଠାତା ଅଧ୍ଯାପକ ଗୋପାଳ ମହାରଣା ଏକାଧାରରେ ଜଣେ ନାଟ୍ଯକାର,ଗାଳ୍ପିକ,ପ୍ରାବନ୍ଧିକ,ସୁବକ୍ତା ଓ ମଂଚ ନାଟକ ନିର୍ଦ୍ଦେଶକ ।ବୃତ୍ତି ଅଧ୍ଯାପନା,କୃତି ସାହିତ୍ଯ ସାଧନା ଏବଂ ନିଶା ମଞ୍ଚ ନାଟକର ପ୍ରଚାର ପ୍ରସାର ।ପତ୍ନୀ ମଧୁସ୍ମିତାଙ୍କ ଲକ୍ଷ୍ଯ ମଧ୍ଯ ଏକ -କଳା ,ସାହିତ୍ଯ ସଂସ୍କୃତି ତଥା ମଞ୍ଚ ନାଟକର ପ୍ରଚାର ପ୍ରସାର ।ଶ୍ରୀମତୀ ମହାରଣା ପତିଙ୍କ ପଥ ଅନୁସରଣ କରି ମଞ୍ଚ ନାଟକର ନିର୍ଦ୍ଦେଶନା ମଙ୍ଗ ସମ୍ଭାଳିଛନ୍ତି ।ରାଜ୍ଯର ବିଭିନ୍ନ ମଞ୍ଚରେ ନାଟକ ପ୍ରଦର୍ଶନ କରି ଦର୍ଶକୀୟ ପ୍ରଶଂସା ସାଊଁଟିବା ସହିତ ସମ୍ବର୍ଦ୍ଧିତ ହୋଇଛନ୍ତି ।ଅଦ୍ଯାବଧି ଚାଳିଶରୁ ଊର୍ଦ୍ଧ୍ବ ମଂଚ ନାଟକର ସଫଳ ନିର୍ଦ୍ଦେଶନା ଦେଇ ସେ ପାଇଛନ୍ତି "ଶ୍ରେଷ୍ଠ ନିର୍ଦ୍ଦେଶିକା"ସମ୍ମାନ ।ସେହିପରି ନାଟ୍ଯକାର ଗୋପାଳ ମହାରଣା ଏଯାବତ୍ ଅଠସ୍ତରୀ ଗୋଟି ନାଟକ ରଚନା କରି ନାଟ୍ଯ ସାହିତ୍ଯକୁ ସମୃଦ୍ଧ କରିଛନ୍ତି ।ଏକମାତ୍ର କନ୍ଯା ସାଇ ଅନୁଷ୍କା ମହାରଣା ମଧ୍ଯ ବହୁ ମଞ୍ଚ ନାଟକରେ ଶିଶୁ କଳାକାର ଭାବେ ଅଭିନୟ କରି ବିଭିନ୍ନ ଅନୁଷ୍ଠାନରୁ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପୁରସ୍କାର ପାଇଛନ୍ତି ।ଶ୍ରୀମତୀ ଓ ଶ୍ରୀମହାରଣାଙ୍କ ମଞ୍ଚ ନାଟକ ପ୍ରତି ରହିଥିବା ସମର୍ପିତ ଭାବ ଯୋଗୁଁ ପ୍ରତିବର୍ଷ ଉମରକୋଟଠାରେ ତ୍ରିଦିବସୀୟ ନାଟକ ମହୋତ୍ସବ ସେମାନେ ଆୟୋଜନ କରି ଆସୁଛନ୍ତି ।ସ୍ବଷ୍ଟଭାବେ କହିଲେ ଏମିତି ଦମ୍ପତି ନାଟ୍ଯ ଜଗତରେ ବିରଳ ।ସଂପ୍ରତି ଭୁବନେଶ୍ବରର "ବିଦ୍ଯାକନକ ସୃଜନାନୁଷ୍ଠାନ"ଦ୍ବାରା ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ସପ୍ତମ ଜାତୀୟ ନାଟ୍ଯମହୋତ୍ସବ-୨୦୨୫ ଅବସରରେ ଅଧ୍ଯାପକ ଗୋପାଳ ମହାରଣା ଏବଂ ଶ୍ରୀମତୀ ମଧୁସ୍ମିତା ମହାରଣାଙ୍କ ନାଟ୍ଯ ସମର୍ପିତ ଭାବନାକୁ ସମ୍ମାନ ଜଣାଇ "ବିଦ୍ଯାକନକ ନାଟ୍ଯଦମ୍ପତି ସମ୍ମାନ" ପ୍ରଦାନ କରିଛନ୍ତି ।କଳାନୁରାଗୀ କଳାକାରମାନେ ଶ୍ରୀମତୀ ଓ ଶ୍ରାଯୁକ୍ତ ମହାରଣାଙ୍କୁ ଶୁଭେତ୍ସା ଜଣାଇବା ସହିତ ବିଦ୍ଯାକନକ ସୃଜନାନୁଷ୍ଠାନର ସଂପାଦକ ଶୁଭକାନ୍ତ ପାଢୀ, ସଭାପତି ଇଂ ସୁଧାକର ପତ୍ରୀ ତଥା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






