ଫିରିଙ୍ଗିଆ ଖଜୁରୀପଡା କୁ ପାଉନି ମୋବାଇଲ ନେଟୱର୍କ I ନେଟୱର୍କ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ I

May 27, 2025 - 17:59
May 27, 2025 - 18:00
 0  22
ଫିରିଙ୍ଗିଆ ଖଜୁରୀପଡା କୁ ପାଉନି ମୋବାଇଲ ନେଟୱର୍କ I ନେଟୱର୍କ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ I

ଫିରିଙ୍ଗିଆ,୨୭l୫(ଷ୍ଟାର ନିୟୁଜ): ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ରେ ଏବେବି ଏମିତି ଅନେକ ଗାଁ ରହିଛି ଯଉ ଗାଁ ମାନଙ୍କରେ ମୋବାଇଲ ନେଟୱର୍କ ପହଂଚିପାରି ନାହିଁ I ଯାହାଫଳରେ ବିଭିନ୍ନ ଜରୁରୀ ଜରୁରୀ କାମ ସମ୍ପୂର୍ଣ ଠପ ହୋଇଯାଉଛି I କଉଠି ମୋବାଇଲ ଟାୱାର ନିର୍ମାଣ କରାଯାଇ ବର୍ଷବର୍ଷ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅବହେଳା ପାଇଁ ତାହା କାର୍ଯ୍ୟକ୍ଷମ ହେଇପାରିନଥିବା ବେଳେ ଆଉ କଉଠି ମୋବାଇଲ ଟାୱାର ର ରକ୍ଷଣାବେକ୍ଷଣ ଅବାବ ରୁ ଟାୱାର ଗୁଡିକ ଠିକ ରେ କାର୍ଯ୍ୟକ୍ଷମ ହୋଇପାରୁନାହିଁ I ଏଭଳି ଏକ ମୋବାଇଲ ନେଟୱର୍କ ଠିକ ରେ ମିଳିପାରୁନଥିବାରୁ ବହୁ ହଟହଟା ଓ ବିଭିନ୍ନ ଜରୁରୀ କାମ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଜିଲ୍ଲା ର ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଖଜୁରୀପଡା ଗ୍ରାମବାସୀ I ସୂଚନା ଅନୁସାରେ ଏହି ଖଜୁରୀପଡା ସାହି ଟି ଫିରିଙ୍ଗିଆ ପଞ୍ଚାୟତ ର ସର୍ବବୃହତ ସାହି ହୋଇଥିବା ବେଳେ ଏହି ସାହିରେ ପ୍ରାୟ ପନ୍ଦର ସହ ରୁ ଅଧିକ ଲୋକ ବସବାସ କରନ୍ତି I ସବୁଠୁ ବଡ଼ କଥା ହେଲା ଏହି ସାହିଟି ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ରହିଛି I ସେପଟେ ବ୍ଲକ ମୁଖ୍ୟାଳୟ ଥରେ ଗୋଟିଏ ଜିଓ ଟାୱାର ଓ ପଞ୍ଚାୟତ ମୁଖ୍ୟାଳୟ ପରିସର ରେ ଏକ ବିଏସଏନଏଲ ଟାୱାର ସ୍ଥାପନ କରାଯାଇଛି I କିନ୍ତୁ ମୁଖ୍ୟାଳୟଠାରୁ ଅତି ଦୂରରେ ନ ଥାଇ ମଧ୍ୟ ଦୀପତଳ ଅନ୍ଧାର ଭଳି ଏହି ଖଜୁରୀପଡା ସାହି କୁ ନା ଜିଓ ନେଟୱର୍କ ଠିକ ଭାବରେ ପାଉଛି ନା ବିଏସଏନଏଲ ନେଟୱର୍କ I ବିଶେଷ କରି ଏହି ଖଜୁରୀପଡା ର ମଣ୍ଡପ ସାହିରେ ମୋବାଇଲ ନେଟୱର୍କ ର ସମସ୍ୟା ଲାଗିରହିଥିବା ବେଳେ ସାହି ବାସିନ୍ଦା ମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ବିଭାଗୀୟ କର୍ମଚାରୀ ମାନେ କର୍ଣପାତ କରୁନାହାନ୍ତି କି ସମସ୍ୟା ର ସମାଧାନ କରୁନାହାନ୍ତି I ଯାହାକୁ ନେଇ ସାହି ବାସିନ୍ଦା ଙ୍କ ମଧ୍ୟ୍ୟରେ ତିବ୍ର ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି I ନେଟୱର୍କ ନଥିବାରୁ ସାହି ବାସିନ୍ଦା ଙ୍କୁ ସାହି ପାଖରେ ଥିବା ରାସ୍ତା କଡ଼ ଆମ୍ବ ବଗିଚା କିମ୍ବା ପାଖରେ ଥିବା ମୁଣ୍ଡିଆ ଉପରକୁ ଯାଇ ନେଟୱର୍କ ଖୋଜିବାକୁ ପଡୁଛି I ନେଟୱର୍କ ନାଥୁବାରୁ ବିଭିନ୍ନ ଜରୁରୀ କାମ ଯଥା ଛାତ୍ର ଛାତ୍ରୀ ଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଶେବା ପର୍ଯ୍ୟନ୍ତ ସବୁ କାମରେ ଏହି ମୋବାଇଲ ନେଟୱର୍କ ବାଧକ ସାଜିଛି I ସେପଟେ ସାହି ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଜିଓ ଟାୱାର ସ୍ଥାପନ କରାଯାଇଛି କିନ୍ତୁ ଜିଓ କର୍ମଚାରୀ ମାନଙ୍କ ମନମୁଖୀ କାର୍ଯ୍ୟକଳାପ ସହ ଆନ୍ତରିକତା ଅଭାବ ଯୋଗୁଁ ସାହି କୁ ମୋବାଇଲ ଟାୱାର ରୁ ବଞ୍ଚିତ ହୋଇ ରହିବାକୁ ପଡୁଛି I ଅନ୍ୟପଟେ ବିଏସଏନଏଲ ତାୱାରା କଥା ନକହିବା ଭଲ I ଏହି କରେଣ୍ଟ ଚାଲିଗଲେ ନେଟୱର୍କ କଟିଯାଉଥିବା ବେଳେ ସବୁଠୁ ଚକିତ କଲାଭଳି ବିଷୟ ହେଲା ଟାୱାର ଉପରେ ପ୍ରାୟ ପଚାଶ ରୁ ଷାଠିଏ ଟି ମହୁ ଫେଣା ଝୁଲୁଥିବା ବେଳେ କର୍ମଚାରୀ ଙ୍କ ଦୃଷ୍ଟି ପଡିପାରୁନାହିଁ I ଟାୱାର ଉପରେ ମହୁମାଛି ମାନେ ଫେଣା କରିଥିବାରୁ ତାୱାରା ଉପରେ ଲଗାଯାଇଥିବା ଲକ୍ଷାଧିକ ଟଙ୍କା ର ଯନ୍ତ୍ରପାତି ଖରାବ ହେବାକୁ ବସିଲାଣି I ତେବେ ଏହି ଖଜୁରୀପଡା ସାହି ରେ ଦୀର୍ଘ ବର୍ଷ ଧରି ଲାଗିରହିଥିବା ମୋବଇଲ ନେଟୱର୍କ ସମସ୍ୟା ର ସମାଧାନ କରିବା ପାଇଁ ଦାବି ଜୋର ଧରିଥିବା ବେଳେ ଆଗାମୀ କିଛିଦିନ ମଧ୍ୟ୍ୟରେ ସମସ୍ୟା ର ସମାଧାନ ନହଲେ ଆନ୍ଦୋଳନ କରିବେ ବୋଲି କହିଛନ୍ତି ସହିବାସିନ୍ଦା I

What's Your Reaction?

like

dislike

love

funny

angry

sad

wow