ଅଳ୍ପକେ ଟଳିଗଲା ବଡ଼ ଅଘଟଣ: କେସିଙ୍ଗା ମେଡିକାଲ ଓପିଡି ଉପରେ ଭାଙ୍ଗି ପଡ଼ିଲା ବିରାଟ ପିପଳ ଗଛ

Jun 11, 2026 - 09:22
0 19
ଅଳ୍ପକେ ଟଳିଗଲା ବଡ଼ ଅଘଟଣ: କେସିଙ୍ଗା ମେଡିକାଲ ଓପିଡି ଉପରେ ଭାଙ୍ଗି ପଡ଼ିଲା ବିରାଟ ପିପଳ ଗଛ

କେସିଙ୍ଗା, ୧୦/୬ (ଷ୍ଟାର ନିୟୁଜ ଓଡିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ହସ୍ପିଟାଲର ବାହ୍ୟରୋଗୀ ବିଭାଗ (ଓପିଡି) ସମ୍ମୁଖରେ ଥିବା ଏକ ବହୁ ପୁରୁଣା ବିରାଟକାୟ ପିପଳ ଗଛର ବଡ଼ ଅଂଶ ହଠାତ୍ ଭାଙ୍ଗି ପଡ଼ି ଓପିଡି କୋଠା ଉପରେ ପଡ଼ିଥିଲା। ଘଟଣା ସମୟରେ ସେଠାରେ କୌଣସି ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ଉପସ୍ଥିତ ନଥିବାରୁ ଏକ ସମ୍ଭାବ୍ୟ ଅଘଟଣ ଏଡ଼ାଇ ଯାଇଛି।
ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ଗଛଟିର ଅଧା ଅଂଶ ଭାଙ୍ଗି ହସ୍ପିଟାଲ ଭବନ ଉପରେ ପଡ଼ିଥିଲା। ଗଛଟି ପଡ଼ିବା ଫଳରେ ଓପିଡି ଭବନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତେବେ ସୌଭାଗ୍ୟବଶତଃ କୌଣସି ରୋଗୀ, ସମ୍ପର୍କୀୟ କିମ୍ବା ମେଡିକାଲ କର୍ମଚାରୀ ଆହତ ହୋଇନାହାନ୍ତି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡା. ରବୀନ୍ଦ୍ରନାଥ ଖଟୁଆ ତୁରନ୍ତ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ଖବର ପାଇ ଦମକଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛର ଭାଙ୍ଗିଥିବା ଅଂଶକୁ କାଟି ହଟାଇଥିଲେ ଏବଂ ଓପିଡିକୁ ଯିବା ରାସ୍ତାରୁ ଅବରୋଧ ଦୂର କରିଥିଲେ।
ସ୍ଥାନୀୟ ଲୋକଙ୍କ ମତରେ, ଗଛଟି ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ତେଣୁ ହସ୍ପିଟାଲ ପରିସରରେ ଥିବା ବିପଦଜନକ ଗଛଗୁଡ଼ିକର ସୁରକ୍ଷା ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ବଡ଼ ଅଘଟଣ ଟଳିଥିଲେ ମଧ୍ୟ ଏହି ଘଟଣା ହସ୍ପିଟାଲ ପରିସରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User