ସାମାନ୍ୟ କଥାକୁ ନେଇ ବିବାଦ, ଯୁବକ ଲଳିତ ପୂଜାରୀ ଙ୍କ ମୃତ୍ୟୁ, ଜଣେ ଅଟକ
ଆମପାଣି, ୧୪/୮ (ଷ୍ଟାର ନିୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଧୀନ ବଡ଼ପୋଡ଼ାଗୁଡ଼ା ଗାଁରେ ସାମାନ୍ୟ କଥାକୁ ନେଇ ହୋଇଥିବା ବିବାଦ ଜଣେ ଯୁବକଙ୍କ ଜୀବନ ନେଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ଲଳିତ ପୂଝାରୀ।
ସୂଚନା ଅନୁସାରେ, କୌଣସି ଏକ କଥାକୁ ନେଇ ଲଳିତ ଓ ଅନ୍ୟ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ଲଳିତଙ୍କ ଉପରେ ଆକ୍ରମଣ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଆକ୍ରମଣରେ ଗୁରୁତର ହୋଇଥିବା ଲଳିତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଘଟଣାକୁ ନେଇ ପରିବାର ପକ୍ଷରୁ ଅଭିଯୋଗ ପରେ ଆମପାଣି ପୋଲିସ ସୁଶାନ୍ତ ନାଏକଙ୍କୁ ଅଟକ ରଖିଛି। ପୋଲିସ ମୃତଦେହ ଜବତ କରି ଆବଶ୍ୟକ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବା ସହ ଘଟଣାର ବିଭିନ୍ନ ଦିଗ ନେଇ ତଦନ୍ତ ଚଳାଇଛି।
ତେବେ ଘଟଣା ପଛରେ ପ୍ରକୃତ କାରଣ କ’ଣ ଏବଂ ଆକ୍ରମଣର ସମ୍ପୂର୍ଣ୍ଣ ପରିସ୍ଥିତି କିପରି ଘଟିଥିଲା, ସେନେଇ ପୋଲିସର ତଦନ୍ତ ଓ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପରେ ଅଧିକ ସ୍ପଷ୍ଟତା ମିଳିବ।
What's Your Reaction?
Like
0
Dislike
0
Love
1
Funny
0
Wow
0
Sad
0
Angry
0
Comments (0)