୫ ଡକାୟତ ଗିରଫ, ନଗଦ ଟଙ୍କା ସହ ୫ ମୋବାଇଲ ଓ ୪ ବାଇକ୍ ଜବତ
ମ. ରାମପୁର, ୧୨/୮ (ଷ୍ଟାରନିୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ଡକାୟତି ମାମଲାର ତଦନ୍ତ କରି ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ କେସିଙ୍ଗା ଏସ୍ଡିପିଓ ସନ୍ଦୀପ କୁମାର ମାଝୀ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଫଟାମୁଣ୍ଡା ଗ୍ରାମର ଅଶୋକ ସୁନା (୩୨), ଦେଓଗାଁ ଥାନା ମୁରସିଂ ଗ୍ରାମର ଭୁବନେଶ୍ୱର ଭୋଇ (୨୮), ମ. ରାମପୁର ଥାନା ମାଛିବନ୍ଧପଡ଼ା ଗ୍ରାମର ବ୍ରଜବନ୍ଧୁ କାଲସାଇ (୩୯), ଟିଟିଲାଗଡ଼ ଥାନା ଚାନ୍ଦୋତରା ଗ୍ରାମର ପ୍ରତ୍ୟୁଷ ମିର୍ଦ୍ଧା (୨୭) ଏବଂ ଦେଓଗାଁ ଥାନା ଧଣ୍ଡାମାଲ ଗ୍ରାମର ଅଭିନାଶ ନାଗ (୨୪)।
ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ନଗଦ ୨୦ ହଜାର ଟଙ୍କା, ୫ଟି ମୋବାଇଲ ଫୋନ୍ ଏବଂ ୪ଟି ମୋଟରସାଇକେଲ ଜବତ କରିଛି। ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଜବତ ସାମଗ୍ରୀର ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ଅନ୍ୟପକ୍ଷରେ, କେସିଙ୍ଗା ସହର ଓ ଆଖପାଖ ଅଞ୍ଚଳରେ ଚୋରି ଓ ଡକାୟତି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ୁଛି। ମ. ରାମପୁର ପୋଲିସର ଏହି ସଫଳତା ପରେ କେସିଙ୍ଗା ଅଞ୍ଚଳର ଅପରାଧୀଙ୍କ ଉପରେ ପୋଲିସ କେବେ ଏବଂ କିପରି ଲଗାମ ଲଗାଇବ, ତାହାକୁ ନେଇ ଏବେ ନଜର ରହିଛି।

What's Your Reaction?
Like
2
Dislike
0
Love
1
Funny
0
Wow
2
Sad
0
Angry
0
Comments (0)