କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଅଟକିଲା, ୮ କିମି ଖଟିଆରେ ବୁହାହେଲା ଶବ

Aug 12, 2026 - 16:59
0 25
କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଅଟକିଲା, ୮ କିମି ଖଟିଆରେ ବୁହାହେଲା ଶବ

ଥୁଆମୂଳ ରାମପୁର: ୧୨l ୮( ଷ୍ଟାର

ନିୟୁଜ ଓଡିଶା )ରାସ୍ତା ଅଭାବର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତର ଭାଟିଫାସ ଗାଁର ଦାଦନ ଶ୍ରମିକ ଶିବ ମାଝୀଙ୍କ ମୃତଦେହ ହାଇଦ୍ରାବାଦରୁ ଆସିଥିବା ବେଳେ ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ।
ଦୁରେଶପଦର ନିକଟ ଡୁମୁଣିନାଲାଠାରେ ଆଣ୍ଠୁଏ କାଦୁଅରେ ଆମ୍ବୁଲାନ୍ସ ଅଟକିଯିବାରୁ ମୃତଦେହକୁ ସେଠାରେ ଓହ୍ଲାଇ ଦିଆଯାଇଥିଲା। ରାତିସାରା ସେଠାରେ ରହିବା ପରେ ପରଦିନ ପରିବାର ଓ ଗ୍ରାମବାସୀ ଖଟିଆରେ ୮ କିଲୋମିଟର ବୋହି ମୃତଦେହକୁ ଗାଁକୁ ନେଇଥିଲେ।
ଶିବଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି। ଏଭଳି ଦୁର୍ଦ୍ଦଶା ପାଇଁ ଗ୍ରାମବାସୀ ତୁରନ୍ତ ସଡ଼କ ନିର୍ମାଣ ଓ ପ୍ରଶାସନିକ ହସ୍ତକ୍ଷେପ ଦାବି କରିଛନ୍ତି। ଏଥିସହ ମୃତ ଶ୍ରମିକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User