ଭାରତୀୟ ସେନାକୁ ରାଖୀ ପଠାଇଲେ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ଛାତ୍ରଛାତ୍ରୀ
ଭବାନୀପାଟଣା : ୨୨/୦୮(ଷ୍ଟାରନିୟୁଜ ଓଡିଶା)ରିଖ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅବସରରେ ଦେଶର ସୀମା ଜଗିଥିବା ବୀର ଯବାନମାନଙ୍କ ପାଇଁ ପ୍ରତି ବର୍ଷ ପରି ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଭେଟି ଦେଇଛନ୍ତି ଏକ ଅଭିନବ ଉପହାର। ନିଜ ପରିବାରଠାରୁ ଦୂରରେ ରହି ଦେଶ ରକ୍ଷା କରୁଥିବା ଭାରତୀୟ ସେନା (ଆର୍ମି)ର ଭାଇମାନଙ୍କ ପାଇଁ କୋମଳମତି ଶିଶୁମାନେ ରାଖୀ ପଠାଇଛନ୍ତି। ରାଖୀ ସହ ଯବାନମାନଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରିଛନ୍ତି | ଦିଲ୍ଲୀ ସ୍ଥିତ ସେନା ମୁଖ୍ୟାଳୟକୁ ଡାକ ଯୋଗେ ପ୍ରେରିତ କରାଯାଇଛି। ଏହି ପ୍ରୟାସ ଦ୍ୱାରା ପିଲାମାନଙ୍କ ମନରେ ଦେଶପ୍ରେମ, ଭାଇଚାରା ଏବଂ ସେନା ପ୍ରତି ସମ୍ମାନ ଭାବନା ଜାଗ୍ରତ ହେବ। ଯେଉଁ ଯବାନମାନେ ପର୍ବପର୍ବାଣୀରେ ନିଜ ଭଉଣୀ ପାଖକୁ ଆସିପାରନ୍ତି ନାହିଁ, ସେମାନେ ଏହି ରାଖୀ ପାଇ ନିଶ୍ଚିତ ଭାବେ ଖୁସି ହେବେ ଓ ମନବଳ ସୁଦୃଢ଼ ହେବ ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ସମାଜସେବୀ ଇଂ. ଲକ୍ଷୀନାରାୟଣ ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ | ଛାତ୍ରଛାତ୍ରୀଙ୍କ ଏଭଳି ଦେଶାତ୍ମବୋଧକ କାର୍ଯ୍ୟକୁ ସବୁଆଡ଼େ ବେଶ୍ ପ୍ରଶଂସା କରାଯାଉଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)