ସ୍ୱର୍ଗତ ଜୋନ୍ସ ମହାରଣାଙ୍କ ସ୍ମୃତିରେ ଶୋକସଭା ଓ ଶ୍ରଦ୍ଧାଞ୍ଜଳି

Aug 22, 2026 - 21:53
0 5
ସ୍ୱର୍ଗତ ଜୋନ୍ସ ମହାରଣାଙ୍କ ସ୍ମୃତିରେ ଶୋକସଭା ଓ ଶ୍ରଦ୍ଧାଞ୍ଜଳି

ଭବାନୀପାଟଣା, ୨୨/୦୮ (ଷ୍ଟାର ନିୟୁଜ ଓଡ଼ିଶା): ଭବାନୀପାଟଣା ସହର ଅନ୍ତର୍ଗତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ମନ୍ଦିର ସମୂହ କମିଟି ପକ୍ଷରୁ ସ୍ୱର୍ଗତ ଜୋନ୍ସ ମହାରଣାଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି।
ମନ୍ଦିର ସମୂହ କମିଟିର ସଭାପତି ଇନ୍ଦ୍ରଜିତ ମହାଖୁଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉପସ୍ଥିତ ସଦସ୍ୟ ଓ ଅତିଥିମାନେ ଦିବଂଗତ ଜୋନ୍ସ ମହାରଣାଙ୍କ ଆତ୍ମାର ସଦ୍ଗତି କାମନା କରି ନୀରବ ପ୍ରାର୍ଥନା କରିଥିଲେ। ପରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ଏହି ଅବସରରେ ପୁରୁଣାପଡ଼ା ଅଞ୍ଚଳର ବୁଦ୍ଧିଜୀବୀ ଓ ଉପସ୍ଥିତ ଅତିଥିମାନେ ଜୋନ୍ସ ମହାରଣାଙ୍କ ସ୍ମୃତିଚାରଣ କରିଥିଲେ। ବକ୍ତାମାନେ କହିଥିଲେ ଯେ, ସେ ଜଣେ ଶିକ୍ଷକ ଭାବେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବା ସହ ସମାଜସେବୀ, ସୁସଂଗଠକ ଓ କଳାପ୍ରେମୀ ଭାବେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ। ସମାଜ ପ୍ରତି ତାଙ୍କର ଅବଦାନ ଓ ସରଳ ବ୍ୟକ୍ତିତ୍ୱ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ।
ଶୋକସଭାରେ ଭାବଗ୍ରାହୀ ନାୟକ, ପ୍ରଶାନ୍ତ ପ୍ରଧାନ, ପ୍ରଦୀପ ପ୍ରଧାନ, ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ, ଦାମ ମହାରଣା, ପ୍ରଶନ୍ନ ମହାରଣା, ପରୀକ୍ଷିତ ବିଶ୍ୱାଳ, ସନ୍ତୋଷ ପ୍ରଧାନ, ସୁଦେଶ ନାୟକ, ରାଜୁ ନାୟକ, ସୁବାଷ ପ୍ରଧାନ, ରବି ସ୍ୱାଇଁ, ଆଲୋକ ସାହୁଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ଜୋନ୍ସ ମହାରଣାଙ୍କ ସ୍ମୃତିଚାରଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User