ଗ୍ରାମୀଣ ମଣ୍ଡଳ ସଭାପତି ଭାବେ ଗୋଲକ ବିହାରୀ କହଁର ମନୋନୀତ ।

ଗ୍ରାମୀଣ ମଣ୍ଡଳ ସଭାପତି ଭାବେ ଗୋଲକ ବିହାରୀ କହଁର ମନୋନୀତ ।

Apr 02, 2025 - 10:48
0 623
ଗ୍ରାମୀଣ ମଣ୍ଡଳ ସଭାପତି ଭାବେ ଗୋଲକ ବିହାରୀ କହଁର ମନୋନୀତ ।

ଫୁଲବାଣୀ,୨l୪:ଗ୍ରାମୀଣ ମଣ୍ଡଳ ସଭାପତି ଭାବେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗଞ୍ଜୁଗୁଡା ପଂଚାୟତ ଅନ୍ତର୍ଗତ ବୋଇଡ଼ା ଗ୍ରାମର  ଗୋଲକ ବିହାରୀ କହଁର ଙ୍କୁ ବିଜେପି ଦଳ ପକ୍ଷରୁ ଚୟନ କରାଯାଇଥିବା ସୂଚନା ମିଳିଛି ।ଏନେଇ ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ଗୋଲକଙ୍କ ପାଖକୁ ଏକ ପତ୍ର ମଧ୍ୟ ପ୍ରେରଣ କରିଥିବା ସୂଚନା ମିଳିଛି ।ଶ୍ରୀଯୁକ୍ତ କହଁର ଏକା ଧାରରେ ସମାଜସେବୀ, ସାମ୍ବାଦିକ, ରାଜନୀତିଜ୍ଞ ଓ ସୁସଂଗଠନ ଅଟନ୍ତି । ରାଜନୀତି ଉପରେ ଯଥେଷ୍ଟ ଅଭିଜ୍ଞତା ଥିବାରୁ ସେ ଏହି ପଦବୀ ପାଇଁ ପୁରାପୁରି ଯୋଗ୍ୟ ବୋଲି ଦଳୀୟ କର୍ମକର୍ତା ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବା ମଧ୍ୟ ଶୁଣିବାକୁ ମିଳୁଛି । ଶ୍ରୀଯୁକ୍ତ କହଁର ୨୦୦୯ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ଆଜି ପର୍ଯ୍ୟନ୍ତ ଦଳ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ତେଣୁ ଫୁଲବାଣୀ ବ୍ଲକର ୧୧ ଗୋଟି ପଂଚାୟତର ଗ୍ରାମୀଣ ମଣ୍ଡଳ ସଭାପତି ହେବା ପରେ ଉଭୟ ଦଳ ଓ ଅଂଚଳବାସୀଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେବା ସହିତ ଶ୍ରୀଯୁକ୍ତ କହରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟି ଚାଲିଛି ।

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User