ଭବାନୀପାଟଣା ପୌରପାଳିକାରେ ଶୀତଳ ଭଣ୍ଡାର ଉଦ୍ଘାଟିତ, ଉପକୃତ ହେବେ କ୍ଷୁଦ୍ର ବ୍ୟବସାୟୀ
କଳାହାଣ୍ଡି ୧l୯( ଷ୍ଟାରନିୟୁଜ ଓଡିଶା )ଜିଲ୍ଲା ଭବାନୀପାଟଣା ପୌରପାଳିକା ପକ୍ଷରୁ ନବନିର୍ମିତ ଶୀତଳ ଭଣ୍ଡାର ଉଦ୍ଘାଟିତ ହୋଇଛି। ଲୋକସଭା ସାଂସଦ ଶ୍ରୀମତୀ ମାଲବିକା ଦେବୀଙ୍କ କରକମଳରେ ଏହାର ଶୁଭ ଉଦ୍ଘାଟନ କରାଯାଇଛି। ଏହି ଶୀତଳ ଭଣ୍ଡାର ଦ୍ୱାରା ସହରର ଶହ ଶହ କ୍ଷୁଦ୍ର ପନିପରିବା ବ୍ୟବସାୟୀ ଉପକୃତ ହୋଇପାରିବେ।
ଭବାନୀପାଟଣା ସହରକୁ ପ୍ରତିଦିନ ଶହ ଶହ କ୍ଷୁଦ୍ର ପନିପରିବା ବ୍ୟବସାୟୀ ବ୍ୟବସାୟ କରିବା ପାଇଁ ଆସିଥାନ୍ତି। ଦିନ ଶେଷରେ ବିକ୍ରି ହୋଇନଥିବା ବଳକା ପନିପରିବା ସଂରକ୍ଷଣ ପାଇଁ ଏପର୍ଯ୍ୟନ୍ତ କୌଣସି ଶୀତଳ ଭଣ୍ଡାର ବ୍ୟବସ୍ଥା ନଥିଲା। ଫଳରେ ଅନେକ ସମୟରେ ବ୍ୟବସାୟୀମାନେ ବଳକା ପନିପରିବା ଫିଙ୍ଗି ଦେବାକୁ କିମ୍ବା ଘରକୁ ଫେରାଇ ନେବାକୁ ବାଧ୍ୟ ହେଉଥିଲେ।
ବ୍ୟବସାୟୀଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ ନବନିର୍ମିତ ଶୀତଳ ଭଣ୍ଡାର ଆରମ୍ଭ କରାଯାଇଛି। ଏଠାରେ ବ୍ୟବସାୟୀମାନେ କ୍ୱିଣ୍ଟାଲ ପ୍ରତି ୨୦ ଟଙ୍କା ଦେଇ ନିଜର ପନିପରିବା ସଂରକ୍ଷଣ କରିପାରିବେ। ଏହା ଦ୍ୱାରା ବଳକା ପନିପରିବା ନଷ୍ଟ ହେବାରୁ ରକ୍ଷା ପାଇବା ସହ ବ୍ୟବସାୟୀମାନେ ଆର୍ଥିକ ଭାବେ ଲାଭବାନ ହୋଇପାରିବେ ବୋଲି ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରମୋଦ ପାଢ଼ୀ ପ୍ରକାଶ କରିଛନ୍ତି।
ଉଦ୍ଘାଟନ କାର୍ଯ୍ୟକ୍ରମରେ ପୌରପାଳିକାର ଅଧିକାରୀ, ଜନପ୍ରତିନିଧି ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। ନୂଆ ଶୀତଳ ଭଣ୍ଡାର ବ୍ୟବସ୍ଥା ଛୋଟ ପନିପରିବା ବ୍ୟବସାୟୀଙ୍କ ପାଇଁ ବେଶ୍ ଉପଯୋଗୀ ହେବ ବୋଲି ଆଶା କରାଯାଉଛି।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)