ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

Jan 28, 2026 - 05:30
0 32
ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭବାନୀପାଟଣା, ୨୭-୧:-(ଷ୍ଟାର ନିୟୁଜ ଓଡିଶା) ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ମେଦିନୀପୁର ସ୍ଥିତ ଏକ ଫାର୍ମ ହାଉସ ଠାରେ କଳାହାଣ୍ଡି ବିଜେଡିର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବିଧାୟକ ତଥା ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ୫୧ଜଣ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ବରିଷ୍ଠ ନେତୃମଣ୍ଡଳୀ ଏବଂ ଛାମୁଆ ସଂଗଠନର ସଭାପତି ମାନେ ଯୋଗଦେଇ ବିଭିନ୍ନ ରାଜନୈତିକ ଓ ସାଂଗଠନିକ ପ୍ରସ୍ତାବ ଆଗତ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ ବାର୍ତ୍ତାରେ ଲୋକେ ଏବେବି ବିଜେଡିକୁ ଭଲ ପାଉଛନ୍ତି ଏବଂ ଏହା ଆମର ଶକ୍ତି ବୋଲି କହିଥିଲେ। ଏହା ସହିତ ଯିଏ ଶୃଙ୍ଖଳା ଭାଙ୍ଗିବ ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଧାସଳଖ କହିଛନ୍ତି । ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତି କରିବା ପାଇଁ କର୍ମୀ ମାନଙ୍କୁ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ବୈଠକରେ ଡବଲ ଇଞ୍ଜିନ ସରକାରରେ କୃଷକ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣନୀତି ପ୍ରତିବାଦରେ ଆଗାମୀ ଫେବୃୟାରୀ ୩ ତାରିଖ ଦିନ କଳାହାଣ୍ଡି ବିଜେଡି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଟାଟା ପାୱାର ସ୍ମାର୍ଟ ମିଟର ଜରିଆରେ ଲୋକଙ୍କଠୁ ଅଧିକ ଟଙ୍କା ଆଦାୟ କରି ଲୁଣ୍ଠନ କରିବା , ସାଧାରଣ ଲୋକଙ୍କୁ ପ୍ରଦୁଷିଣ ସାର୍ଟିଫିକେଟ ନାମରେ ହଇରାଣ କରିବା, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିନ୍ଦା କରାଯାଇଛି। ସ୍ଥାନୀୟ ନିଯୁକ୍ତି ସାଙ୍ଗକୁ ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥା ନ ସୁଧିରିଲେ ବିଜେଡିର ଛାମୁଆ ସଂଗଠନ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ,  ପୂର୍ବତନ ବିଧାୟକ ମହୋଷଧି ବାଗ , ଦୁଷ୍ମନ୍ତ ନାଏକ, ଗୋବର୍ଦ୍ଧନ ଦାଶ, ଜିଲ୍ଲା ଉପ ସଭାପତି ଜିତେନ୍ଦ୍ର ନାରାୟଣ ସିଂହଦେଓ, ପ୍ରଦୀପ ମୁଣ୍ଡ, ଧର୍ମେନ୍ଦ୍ର  ନାଏକ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମିଶ୍ର, ନଗରପାଳ ବିଷ୍ଣୁ ପ୍ରଧାନ, ମୁନା ମହାନ୍ତି, ବଦ୍ରିନାରାୟଣ ପଟ୍ଟନାୟକ, ମହିଳା ସଭାନେତ୍ରୀ ଲଳିତା ନାଏକ, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ,  ଯୁବନେତା ଅବିନାଶ ଠାକୁର, ରାଜ୍ୟ ଯୁବ ଉପ ସଭାପତି ମନିନ୍ଦ୍ର ମହାନ୍ତି, ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, ମହିଳା ନେତ୍ରୀ ସବିତା ପ୍ରଧାନ, ପୂର୍ବତନ ନଗରପାଳ ସଂଯୁକ୍ତା ବେହେରା, ଧବଳେଶ୍ଵର ମହାପାତ୍ର, ସଚ୍ଚିଦାନନ୍ଦ ମହାକୁଡ଼, କ୍ଷିରସିନ୍ଧୁ ନାଏକ, ସେନାପତି ନାଏକ, ତ୍ରିଲୋଚନ ପାଣିଗ୍ରାହୀ, ମାଣିକ୍ୟ ନାଏକ, ଆଶୁତୋଷ ପୁରୋହିତ, ମହେଶ ସାହୁ, ଶିବା ସାହୁ, ପରମାନନ୍ଦ ମାଝୀ, ଉତ୍ପଳ ଦାସ, ପିତବାସ ବେହେରା, ମାନସ ସିନ୍ଦୂର, ମିଟୁ ପାତ୍ର, ଭୋଳାନାଥ ନାଗ, ତଥା ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User