ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ବେଦାନ୍ତ ଆଲୁମିନା ଲାଞ୍ଜିଗଡ ର ମିଳିତ ଆନୁକୂଲ୍ୟରେ ରେଡ୍ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ବେଦାନ୍ତ ଆଲୁମିନା ଲାଞ୍ଜିଗଡ ର ମିଳିତ ଆନୁକୂଲ୍ୟରେ ରେଡ୍ ରନ୍ ୩.୦ ( ମାରାଥନ) ଅନୁଷ୍ଠିତ

Aug 8, 2025 - 22:03
 0  2
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ବେଦାନ୍ତ ଆଲୁମିନା ଲାଞ୍ଜିଗଡ ର ମିଳିତ ଆନୁକୂଲ୍ୟରେ ରେଡ୍  ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ବେଦାନ୍ତ ଆଲୁମିନା ଲାଞ୍ଜିଗଡ ର ମିଳିତ ଆନୁକୂଲ୍ୟରେ ରେଡ୍ ରନ୍ ୩.୦ ( ମାରାଥନ) ଅନୁଷ୍ଠିତ

ଭବାନୀପାଟଣା ତା. ୮/୮(ଷ୍ଟାର ନିୟୁଜ ଓଡିଶା).ଆଜି ସକାଳ ୮:୦୦ ଘଣ୍ଟା ସମୟରେ ଓଡ଼ିଶା ରାଜ୍ୟ ଏଡ଼ସ୍ ନିୟନ୍ତ୍ରଣ ସମିତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜିଲ୍ଲା ସ୍ବାସ୍ଥ୍ୟ ସମିତି, ଜିଲ୍ଲା ଏଡ଼ସ୍ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ୍ ଏବଂ ବେଦାନ୍ତ ଆଲୁମିନା ଲାଞ୍ଜିଗଡ ଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୁକାରୀ ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ରେଡ୍ ଇନ୍, ମାରାଥନ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧୁକାରୀ ଡାକ୍ତର ନିହାର ରଞ୍ଜନ ପଣ୍ଡାଙ୍କ ନିର୍ଦ୍ଦେଶନାରେ ଓ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଉକ୍ତ ମାରାଥନରେ ଜିଲ୍ଲାର ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ, ଭବାନୀପାଟଣା ମହିଳା ମହାବିଦ୍ୟାଳୟ ଓ ସାନ୍ଧ୍ୟ ମହା ବିଦ୍ୟାଳୟରୁ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧୁକାରୀ (ଟି . ବି), ଡ଼ା. ମନୋ ମାଝୀ, ବେଦାନ୍ତ ଆଲୁମିନା ଲାଞ୍ଜିଗଡ ରୁ ହେଡ଼ ସିକୁରୀଟି ଶ୍ରୀ ଦେବାଶିଷ ଦତ୍ତ, ସୁରେନ୍ଦ୍ର କୁମାର ସାହୁ,ରାମ ଚନ୍ଦ୍ର ବସନ୍ତିଆ, ମାନସ ମିଶ୍ର, ଝସକେତନ ସାହୁ, ବିଭୂପ୍ରସାଦ ମହାପାତ୍ର (ଡିଆଇଏସ କଳାହାଣ୍ଡି)ଓ ନୋଡାଲ ଅଧିକାରୀ,
ଏଡ଼ସ୍‌, ପତାକା ଦେଖାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୂ ରେଡ ରନ ମାରାଥନ ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମାରାଥନରାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ସହର ମଧ୍ୟ ଦେଇ ଯୁବଗୋଷ୍ଠୀ ମାନଙ୍କୁ ଏଡସର ଭୟାବହତା ସମ୍ବନ୍ଧରେ ସଚେତନତା ବାର୍ତା, ସ୍ଲୋଗାନ ଦେଇ ନୂଆ ୬୪ ବାଟାଲିୟନ ସିଆରପିଏଫ କ୍ୟାମ୍ପ ଠାରେ ପହଞ୍ଚି ସେଠାରୁ ପୂନଃର୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ  ଭବାନୀପାଟଣା ମହିଳା ମହାବିଦ୍ୟାଳୟ ରୁ ଶ୍ରୀ ଜେନା, ଭବାନୀପାଟଣା ସାନ୍ଧ୍ୟ ମହାବିଦ୍ୟାଳୟ ର ଅଧ୍ୟାପକ ଏବଂ ଉତ୍ସାହୀ ଛାତ୍ରଛାତ୍ରୀ, ବିଭିନ୍ନ ବର୍ଗର ସଚେତନ ନାଗରିକ ଯୋଗ ଦେଇଥିଲେ।ମାରାଥନ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଡ଼. ନିହାରେନ୍ଦ୍ର ପଣ୍ଡା, ଡ. ମନୋ ମାଝୀ ଓ ବେଦାନ୍ତ ଆଲୁମିନା ଲାଞ୍ଜିଗଡ ରୁ ଦେବାଶିଷ ଦତ୍ତ ଅଧିକାରୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଏବଂ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ। ପୁରୁଷ ବିଭାଗରେ ଭୋପାଲ ବିଶି ଥୁଆପାଦରରୁ ପ୍ରଥମ ସ୍ଥାନ, ସଞ୍ଜୟ ସୁନା ବେଳାମାଳ ପାଶ୍ଟିକୁଡ଼ି, ଅମର ମାଝୀ ପାହାଡପଦର, ଲାଞ୍ଜିଗଡ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହିଳା ବର୍ଗରେ ପୂଜା ମାଝୀ, ଠେମରା,  ପ୍ରଥମ, ତପସ୍ୱିନୀ ନାଏକ ଦୁଆରସୁଣୀ ଏବଂ ତ୍ରିବେଣୀ ନାଏକ ସାନଖଇରମାଲ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବେଦାନ୍ତ ଲାଞ୍ଜିଗଡ ସହୟତାରେ ସମସ୍ତ ପ୍ରତିଯୋଗୀଙ୍କୁ ଟି ସର୍ଟ ଓ ଟୋପି ପ୍ରଦାନ କରାଯାଇଥିଲା। ଶ୍ରୀ ରାମ ଚନ୍ଦ୍ର ବସନ୍ତିଆ ସୁନ୍ଦର ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow