ନବଜାତ ଶିଶୁ କନ୍ୟାକୁ ନାଳରେ ଫୋଫାଡ଼ି ଚାଲିଗଲା ନିର୍ଦୟୀ ମାଁ ।

Nov 23, 2025 - 20:31
 0  689
ନବଜାତ ଶିଶୁ କନ୍ୟାକୁ ନାଳରେ ଫୋଫାଡ଼ି ଚାଲିଗଲା ନିର୍ଦୟୀ ମାଁ ।

ଫିରିଙ୍ଗିଆ,୨୩l୧୧ (ଷ୍ଟାର ନିୟୁଜ): ଅପୁତ୍ରିକଲୋକେ ପୁତ୍ର ଟିଏ ପାଇଁ ବିଭିନ୍ନ ମନ୍ଦିର ମଜ୍ଜିତ ଓ ଚର୍ଚ୍ଚର ଚକ୍କର ମାରିବା ଟଙ୍କା ଖର୍ଚ୍ଚ କରିବା ସହିତ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ତଥାପି ବାପାମା ହେବାର ସୌଭାଗ୍ୟ ପାଇ ପାରୁନାହାନ୍ତି । ଅନ୍ୟପଟେ କିଛି ଚରିତ୍ରହିନା ମହିଳା ଈଶ୍ୱରର ଆଶୀର୍ବାଦ ସ୍ୱରୂପ ପୁତ୍ର ସନ୍ତାନ ପାଇକି ମଧ୍ୟ ତାକୁ ଅଲୋଡ଼ା ଭାବି ନାଳ, ବୁଦା,ଅଳିଆ ଗଦା ଭଳି କଦର୍ଯ୍ୟ ସ୍ଥାନ ମାନଙ୍କରେ ଫୋଫାଡ଼ି ଦେଇ କୁଆଡେ ଉଭେଇ ଯାଉଛନ୍ତି । ଦୀର୍ଘ ସମୟ ପିଲା ଭୋଗରେ ଛଟପଟ ହେବା ପରେ ଶିଶୁ ମାନେ ମୃତ୍ୟୁ ମୁଖକୁ ଚାଲିଯାଉଛନ୍ତି ।ଦୁନିଆକୁ ଆସିବା ପରେ ପରେ ସେମାନଙ୍କୁ ଦୁନିଆକୁ ଆଣିଥିବା ମଣିଷ କେଉଁଠି ନର ପିଶାଚ ଭଳି ନିଜ ହସ୍ତରେ ହତ୍ୟା କରୁଛି ତ ଆଉ କେଉଁଠି ଜୀବନ୍ତ ଛାଡି ଚାଲିଯାଉଛି । ପ୍ରଶାସନ ଶିଶୁହତ୍ୟା ଓ ଶିଶୁ ଯତ୍ନ ଉପରେ ଜନସାଧାରଣଙ୍କୁ ଯେତେ ସଚେତନ କଲେ ମଧ୍ୟ ନରହନ୍ତା ଭଳି ମଣିଷ ମାନଙ୍କୁ କିଛି ବି ଫରକ ପଡୁନି ।ଏଭଳି ଅସାମାଜିକ ମଣିଷ ମାନଙ୍କ ପାଇଁ କେତେ ଯେ କଅଁଳ କଢି ଅଦିନରେ ଝଡି ଯାଉଛି ତାର ହିସାବ ନାହିଁ । ଆଜି ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧିନସ୍ଥ ତରଙ୍ଗ ପଞ୍ଚାୟତର ଶେଷ୍କାଯୋଡି ଓ ବାଇମାହା ଅଞ୍ଚଳରେ ।ଶେଷ୍କାଯୋଡି ଓ ବାଇମାହା ଗାଁନିକଟରେ ଥିବା ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରୁ ମିଳିଛି ଏକ ଶିଶୁ କନ୍ୟାର ମର ଶରୀର ।ତା ପାଖରେ ପୁଣି ପଡିରହିଥିଲା ଏକ ପୁରୁଷ ଲୋକର ଜ୍ୟାକେଟ ।ସ୍ଥାନୀୟ ଲୋକେ କେହି ଜଣେ ନିର୍ଦୟୀ ମା ତାକୁ ଜନ୍ମଦେବା ପରେ ଛାଡିକି ଚାଲି ଯାଇଥିବା ସନ୍ଦେହ କରୁଛନ୍ତି । ସୂଚନା ପ୍ରକାରେ, ଶେଷ୍କାଯୋଡି ଗ୍ରାମର ନାଳରେ ମାଛ ଧରିବାକୁ ଯାଇ ଶିଶୁକନ୍ୟାର ମୃତଦେହ ଦେଖି ଗାଁ ମୁହାଁ ହୋଇଥିଲେ ଓ ଗ୍ରାମରେ ଆସି ଘଟଣା ସମ୍ପର୍କରେ ଜଣେଇବା ପରେ ଦେଖିବା ପାଇଁ ସେଠାରେ ଜନ ଗହଳି ହୋଇଥିଲା ।ଏହି ଖବରଟି ଚାରିଆଡେ ବ୍ୟାପିଯିବା ପରେ ଅଂଚଳରେ ଜନ୍ମ ଦେଇଥିବା ମାକୁ ତିରସ୍କାର କରାଯିବା ସହ ସେଭଳି ମା ମାନଙ୍କୁ କଠୋର ରୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବା କଥା ବୋଲି ମତ ପ୍ରକାଶ ପାଉଛି ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR