ଦୁଇ ଶିକ୍ଷକଙ୍କ ଡେପୁଟେସନ୍‌କୁ ବିରୋଧ: ସ୍କୁଲରେ ତାଳା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ର ଓ ଅଭିଭାବକ

Aug 05, 2026 - 09:01
0 10
ଦୁଇ ଶିକ୍ଷକଙ୍କ ଡେପୁଟେସନ୍‌କୁ ବିରୋଧ: ସ୍କୁଲରେ ତାଳା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ର ଓ ଅଭିଭାବକ

ଜୟପାଟଣା, ୫l ୮(ଷ୍ଟାର ନ୍ୟୁଜ ଓଡ଼ିଶା):

କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼କର୍ଲାକୋଟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକଙ୍କ ଡେପୁଟେସନ୍‌କୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଶିକ୍ଷକ ଅଭାବ ମଧ୍ୟରେ ପୁଣି ଦୁଇ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନ୍‌ରେ ପଠାଯାଇଥିବାର ପ୍ରତିବାଦରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି (ଏସଏମସି) ସଦସ୍ୟମାନେ ବିଦ୍ୟାଳୟରେ ତାଳା ପକାଇ ଧାରଣାରେ ବସିଛନ୍ତି।
ସୂଚନା ଅନୁଯାୟୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଟିଜିଟି ସାଇନ୍ସ ଶିକ୍ଷକ ଅବିରାମ ଭୋଇ ଏବଂ ଟିଜିଟି ଆର୍ଟ ଶିକ୍ଷକ କୃଷ୍ଣଚନ୍ଦ୍ର କୁମାରଙ୍କୁ ଡେପୁଟେସନ୍‌ରେ ଅନ୍ୟ ବିଦ୍ୟାଳୟକୁ ପଠାଯାଇଛି। ଏହା ପୂର୍ବରୁ ମଧ୍ୟ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍‌ରେ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଫେରିଥିଲେ ମଧ୍ୟ ବିଦ୍ୟାଳୟରେ ଶିକ୍ଷକ ସଂଖ୍ୟା ପର୍ଯ୍ୟାପ୍ତ ହୋଇନାହିଁ।
ବର୍ତ୍ତମାନ ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୦୦ ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଏପରି ସ୍ଥିତିରେ ଆହୁରି ଦୁଇ ଜଣ ଶିକ୍ଷକଙ୍କୁ ଡେପୁଟେସନ୍‌ରେ ପଠାଇବା ଫଳରେ ପାଠପଢ଼ା ଗୁରୁତର ଭାବେ ବ୍ୟାହତ ହେବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ପ୍ରତିବାଦକାରୀମାନଙ୍କ ଦାବି ହେଉଛି, ତୁରନ୍ତ ଦୁଇ ଶିକ୍ଷକଙ୍କ ଡେପୁଟେସନ୍‌ ଆଦେଶ ବାତିଲ କରାଯାଉ ଏବଂ ବିଦ୍ୟାଳୟରେ ଥିବା ଶିକ୍ଷକ ଅଭାବ ଦୂର କରିବା ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯାଉ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଓ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଏସଏମସି ସଦସ୍ୟମାନେ ସ୍ପଷ୍ଟ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User