କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

ଭବାନୀପାଟଣା ୩୧/୮(ଷ୍ଟାରନିଉଜ ଓଡିଶା)ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ଵ ରେ ଭବାନୀପାଟଣା ନଗର ଗାନ୍ଧିଛକ ଠାରେ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ଭାଜପା କର୍ମୀ ସୂଚନା ଥାଉ କି ବିଗତ କିଛି ଦିନ ହେବ ବିହାର ନିର୍ବାଚନ ପୂର୍ବରୁ ସାଧାରଣ ଜନତାଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରିବା ପାଇଁ କଂଗ୍ରେସ ନେତା ଓ ତାର ସହଯୋଗୀ ଦଳ ନିର୍ବାଚନ କମିଶନ୍ ଦ୍ଵାରା ଲାଗୁ ହୋଇ ଥିବା ଏସ ଆଇ ଆର ବିରୋଧ ରେ ରେଲି ଓ ଜନସଭା ର ଆୟୋଜନ କରି ଭୋଟର ଙ୍କୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା ଚଳାଇଥିବା ବେଳେ ବିହାର ଜନତା ଙ୍କ ସମର୍ଥନ ମିଳୁ ନ ଥିବା କାରଣ ରୁ ହତାଶା ଓ ନିରାଶା ହୋଇ ଶେଷ ରେ ନିଜ ମର୍ଯ୍ୟାଦା ର ସୀମା ଉଲଂଘନ କରି ଦେଶ ର ପ୍ରଧାନମନ୍ତ୍ରୀ ଓ ତାଙ୍କ ମାଁ ଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଓ ଅସଭ୍ୟ ଭାଷା ର ପ୍ରୟୋଗ କରୁ ଥିବା ସମସ୍ତ ଗଣମାଧ୍ୟମ ଓ ସମ୍ବାଦ ପତ୍ର ରେ ପ୍ରକାଶିତ ହେଉଅଛି ଯାହାକୁ ବିଜେପି ପକ୍ଷରୁ ତୀବ୍ର ବିରୋଧ ସହ କଡ଼ା ନିନ୍ଦା କରାଯାଇଛିବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଙ୍କ ସଭାମଞ୍ଚ ରୁ ଦେଶ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମାଁ ଙ୍କୁ ସିଧାସଳଖ ବ୍ୟକ୍ତିଗତ ଭାବେ ଅଶାଳୀନ ଅସଭ୍ୟ ଭାଷା ପ୍ରୟୋଗ କରି ହିନ ରାଜନୀତି କରୁଥିବା ବିହାର ର ଜନସାଧାରଣ ଅନୁଭବ କଲେଣି ଜଣେ ଚା ବିକାଳୀ ଗରିବ ଘର ର ପୁଅ ୧୧ ବର୍ଷ ହେବ ଦେଶ ର ବିକାଶ କରି ଆଜି ସାରା ବିଶ୍ବରେ ଭାରତବର୍ଷ କୁ ଶୀର୍ଷ ଦେଶରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ଓ ଦେଶ କୁ 2047 ସୁଦ୍ଧା ବିକସିତ ଭାରତ ଓ ଆର୍ଥିକ ମଜବୁତ କରି ଗରିବ ବଞ୍ଚିତ ଙ୍କ ପାଇଁ ରାତିଦିନ ଏକ କରି ରାଷ୍ଟ୍ର ସେବା ଓ ଦେଶ ବାସୀ ଙ୍କ ସୁରକ୍ଷା ପାଇଁ କଠିନ ପରିଶ୍ରମ କରୁଥିବା ଓ ଦେଶ କୁ ପ୍ରଗତି ପଥ ରେ ଆଗେଇ ନେଉ ଥିବା ଦେଖି ବିରୋଧୀ ଦଳ ଓ ବିଶେଷ କରି ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ସହ୍ୟ କରିପାରୁ ନାହିଁ ଏପରି ହିନ ରାଜନୀତି ଓ ଅସଭ୍ୟ ମନ୍ତବ୍ୟ ଦେଉ ଥିବା ଲୋକ ଙ୍କୁ ଦେଶ ବାସୀ କେବେ ହେଲେ କ୍ଷମା ଦେବେ ନାହିଁ ଏ ଭଳି ହୀନ ମନ୍ତବ୍ୟ ରୁ ନିବୃତ ରହିବା ସହ ତୁରନ୍ତ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ନଚେତ୍ ଆଗାମୀ ଦିନରେ ଭାଜପା ପକ୍ଷରୁ ତୀବ୍ର ଆନ୍ଦୋଳନ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ରେ ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ନଗର ସଭାପତି ଚିତ୍ତ ରଞ୍ଜନ ପାତ୍ର,ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି,ଜିଲ୍ଲା ସ୍ୱଚ୍ଛ ଭାରତ ସଂଯୋଜକ ଲୋକନାଥ ଦୁର୍ଗା ,ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟ ଜ୍ୟୋତି ମୁଣ୍ଡ ,ଯୁବମୋର୍ଚ୍ଚା ସଭାପତି ବିଜୟଦେବ ସାହୁ ,ପ୍ରଦୀପ ଦାସ , ପତ୍ୱନ୍ତ୍ ସିଂହ ,ହିମାଂଶୁ ବିଶ୍ଵାଳ, ମିତ୍ରଜିତ୍ ସିଂ , ଭବାନୀ ନିୟାଲ ଚିନ୍ମୟ ବେହେରା , ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ ପ୍ରମୁଖ ଙ୍କ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିଉଜ ଓଡିଶା
What's Your Reaction?






