ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୯ ତମ ତିରୋଧାନ ଦିବସ, ଶ୍ରଦ୍ଧାଞ୍ଜଳି ଦେଲେ ବିଜେଡି ନେତୃବୃନ୍ଦ।

Apr 17, 2026 - 20:37
0 13
ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୯ ତମ ତିରୋଧାନ ଦିବସ, ଶ୍ରଦ୍ଧାଞ୍ଜଳି ଦେଲେ ବିଜେଡି ନେତୃବୃନ୍ଦ।

ଧର୍ମଗଡ ( ୧୭l୦୪( ଷ୍ଟାର ନିୟୁଜ ଓଡିଶା ) ଓଡିଶା ନିର୍ମାଣ ର ପ୍ରବାଦ ପୁରୁଷ ବିଜୁବାବୁ ଙ୍କ ଆଜି ହେଉଛି ୨୯ ତମ ତିରୋଧାନ ଦିବସ। ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ସଭା ଧର୍ମଗଡ ବିଧାନସଭା ଅନ୍ତର୍ଗତ ଧର୍ମଗଡ ବ୍ଲକ ବୋଡେ଼ନ ଧାନ ମଣ୍ଡି ଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନେତା ଥବିର ପ୍ରସାଦ ସାହୁ ଙ୍କ ସଭାପତିତ୍ୱ ରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧର୍ମଗଡ, କୋକସରା,କଲମପୁର ବ୍ଲକ ଅଞ୍ଚଳ ର ଶତାଧିକ ବିଜେଡି ନେତୃବୃନ୍ଦ ତଥା ଦଳୀୟ କର୍ମକର୍ତ୍ତା ଏକତ୍ରିତ ହୋଇ ବିଜୁବାବୁଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ ବିଜୁ ଜନତା ଦଳ ର ପ୍ରତିଷ୍ଠାତା ତଥା ଓଡିଶା ପ୍ରଦେଶ ର ଜନନାୟକ ବିଜୁବାବୁଙ୍କ ସ୍ମୃତି ଚାରଣ ସହ ଓଡ଼ିଆ ଙ୍କ ସ୍ପନ୍ଦନ ରେ ଥିବା ବିଜେଡି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ପୁଣିଥରେ ବିଜେଡି ଦଳ କୁ ସଂଗଠିତ କରିବା ସହ ଦଳ ର ପୂର୍ବ ଗୌରବ ଉଜ୍ଜୀବିତ କରିବାକୁ ଉପସ୍ଥିତ କର୍ମକର୍ତ୍ତା ଙ୍କୁ ଆହ୍ୱାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ସମ୍ପାଦିକା ହୀରା ବାଗ,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ନାଏକ,ପଞ୍ଚକ ପୋଢ଼,ଅନୁସୂଚିତ ସେଲ ଜିଲ୍ଲା ସମ୍ପାଦକ ଧବଳେଶ୍ବର ନାଗ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ,ଗୋପୀ ମହାନନ୍ଦ, ଶଙ୍କର ଜୁଏଡ଼,ପ୍ରଣବ ଭଇସାଲ, ବୈଜୟନ୍ତି ପୁଝାରି,ନିବେଦିତା ହଂସ, ଦୁହିତା ମାଝୀ ସମେତ ରାଜେନ୍ଦ୍ର ଭୋଇ, ରତନ ନାଏକ, ଯୁବନେତା ଭବାନୀ ବଣିଆ, କୋକସରା ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା, କଲମପୁର ବ୍ଲକ ସଭାପତି ଅଭିମନ୍ୟୁ ବାଗ,ଧର୍ମଗଡ ମହିଳା ନେତ୍ରୀ ମମତା ଗୋପାଳ, କଲମପୁର ସଭାନେତ୍ରୀ ମଧୁଛନ୍ଦା ଭଞ୍ଜ ବିଜୁବାବୁଙ୍କ ସ୍ମୃତି ଚାରଣ ସହ ଦଳୀୟ ସଂଗଠନ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନା ରେ ଭବେଶ ଗଇନ୍ତା ସହଯୋଗ କରିଥିବା ବେଳେ ବରିଷ୍ଠ ନେତା ରାଜେନ୍ଦ୍ର ମୁନି ଧନ୍ୟବାଦ ଅର୍ପଣ କରିଥିଲେ। ଧର୍ମଗଡ ବିଜେଡି ବ୍ଲକ ସଭାପତି ଡାକେଶ୍ୱର ଲହଜଳ କାର୍ଯ୍ୟକ୍ରମ ର ସଫଳ ରୂପାୟନ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User