ଇନ୍ଦ୍ରାବତୀରୁ ୪୧୨ କ୍ୟୁମେକ୍ ବନ୍ୟାଜଳ ନିଷ୍କାସନ ହାତୀନଦୀରେ ବଢୁଛି ଜଳସ୍ତର, ତଳମୁଣ୍ଡ ଗାଁକୁ ସତର୍କ ସୂଚନା

Aug 23, 2026 - 14:51
0 28
ଇନ୍ଦ୍ରାବତୀରୁ ୪୧୨ କ୍ୟୁମେକ୍ ବନ୍ୟାଜଳ ନିଷ୍କାସନ ହାତୀନଦୀରେ ବଢୁଛି ଜଳସ୍ତର, ତଳମୁଣ୍ଡ ଗାଁକୁ ସତର୍କ ସୂଚନା

କଳାହାଣ୍ଡି, ୨୩/୦୮ (ଷ୍ଟାର ନ୍ୟୁଜ ଓଡ଼ିଶା): କଳାହାଣ୍ଡିରେ ଲଗାଣ ବର୍ଷା ମଧ୍ୟରେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନକୁ ନେଇ ଚିନ୍ତା ବଢ଼ିଛି। ହାତୀ ବ୍ୟାରେଜରୁ ପ୍ରାୟ ୪୧୨ କ୍ୟୁମେକ୍ ବନ୍ୟାଜଳ ନିଷ୍କାସନ କରାଯିବା ପରେ ହାତୀନଦୀରେ ଜଳସ୍ତର ବଢ଼ିବା ଆରମ୍ଭ ହୋଇଛି। ଫଳରେ ନଦୀର ତଳମୁଣ୍ଡ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି।
ଇନ୍ଦ୍ରାବତୀର ହାତୀ ବ୍ୟାରେଜରୁ ଜଳ ଛଡ଼ାଯିବା ପରେ ହାତୀନଦୀର ତଳମୁଣ୍ଡରେ ଥିବା ଗାଁଗୁଡ଼ିକ ଉପରେ ବିପଦର ଆଶଙ୍କା ବଢ଼ିଛି। ନଦୀକୂଳିଆ ଗାଁର ଲୋକଙ୍କୁ ସତର୍କ ରହିବା ସହ ନଦୀକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।
ଅନ୍ୟପକ୍ଷରେ, ବନ୍ୟାଜଳ ପ୍ରବାହ ଯୋଗୁଁ ଇନ୍ଦ୍ରାବତୀ–ହାତୀନଦୀ ଅଞ୍ଚଳରେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ରାୟଗଡ଼ା–କଳାହାଣ୍ଡି ମଧ୍ୟରେ କେତେକ ଅଞ୍ଚଳରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।
ଜଳସ୍ତର ଆହୁରି ବଢ଼ିଲେ ତଳମୁଣ୍ଡ ଅଞ୍ଚଳରେ ସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି। ତେଣୁ ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଇଥିବା ବେଳେ ନଦୀକୂଳିଆ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User