ନର୍ଲା ପୁଲିସକୁ ବଡ଼ ସଫଳତା: ବିଦେଶୀ ମଦ ବୋଝେଇ ପିକ୍‌ଅପ୍‌ ଜବତ ସନ୍ଦେହରେ ଗାଡ଼ି ଅଟକାଇ ତଲାସି; ଡ୍ରାଇଭର ଅଟକ, ଚାଲିଛି ତଦନ୍ତ

Aug 29, 2026 - 14:31
0 15
ନର୍ଲା ପୁଲିସକୁ ବଡ଼ ସଫଳତା: ବିଦେଶୀ ମଦ ବୋଝେଇ ପିକ୍‌ଅପ୍‌ ଜବତ ସନ୍ଦେହରେ ଗାଡ଼ି ଅଟକାଇ ତଲାସି; ଡ୍ରାଇଭର ଅଟକ, ଚାଲିଛି ତଦନ୍ତ

କଳାହାଣ୍ଡି, ୨୯/୦୮( ଷ୍ଟାରନିୟୁଜ ଓଡିଶା (କଳାହାଣ୍ଡି ଜିଲ୍ଲା ନର୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ନର୍ଲା-ମଦନପୁର ରାମପୁର ରାଜ୍ୟ ରାଜପଥର ଜା

ମପଦର ଛକ ନିକଟରୁ ବିଦେଶୀ ମଦ ବୋଝେଇ ଏକ ପିକ୍‌ଅପ୍‌ ଗାଡ଼ିକୁ ପୁଲିସ ଜବତ କରିଛି। ଏହି ଘଟଣାରେ ଗାଡ଼ିର ଡ୍ରାଇଭରଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ନର୍ଲା ପୁଲିସ ପକ୍ଷରୁ ରାଜପଥରେ ପେଟ୍ରୋଲିଂ ଚାଲିଥିଲା। ଏହି ସମୟରେ ନର୍ଲାରୁ ମଦନପୁର ରାମପୁର ଦିଗକୁ ଯାଉଥିବା ଓଡି-୧୭-ଏନ୍-୯୩୩୨ ନମ୍ବର ବିଶିଷ୍ଟ ଏକ ପିକ୍‌ଅପ୍‌କୁ ଜାମପଦର ଛକ ନିକଟରେ ପୁଲିସ ସନ୍ଦେହରେ ଅଟକାଇଥିଲା।
ପରେ ପୁଲିସ ଗାଡ଼ିରେ ତଲାସି କରିବା ସମୟରେ ଏଥିରେ ବିପୁଳ ପରିମାଣର ବିଦେଶୀ ମଦ ଥିବା ଜଣାପଡ଼ିଥିଲା। ମଦ ବୋଝେଇ ପିକ୍‌ଅପ୍‌କୁ ଜବତ କରିବା ସହ ଡ୍ରାଇଭରଙ୍କୁ ନର୍ଲା ଥାନାକୁ ନେଇ ପୁଲିସ ଅଟକ ରଖିଛି। ଘଟଣାର ପ୍ରକୃତ ଉଦ୍ଦେଶ୍ୟ ଏବଂ ମଦ କେଉଁଠାରୁ କେଉଁଠିକୁ ଯାଉଥିଲା, ସେନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ଶନିବାର ସକାଳ ପ୍ରାୟ ସାଢ଼େ ୯ଟା ପର୍ଯ୍ୟନ୍ତ ଏହି ମଦ ଚୋରାଚାଲାଣ ହେଉଥିଲା କିମ୍ବା ବୈଧ କାଗଜପତ୍ର ଆଧାରରେ ଅନ୍ୟତ୍ର ସ୍ଥାନାନ୍ତର ହେଉଥିଲା, ସେନେଇ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ଅନ୍ୟପକ୍ଷରେ, ନର୍ଲା-ମଦନପୁର ରାମପୁର ରାଜ୍ୟ ରାଜପଥ ଦେଇ ଅନେକ ସମୟରେ ମଦ, ଗଞ୍ଜେଇ ସମେତ ବିଭିନ୍ନ ନିଶାଦ୍ରବ୍ୟର ଅବୈଧ ଚୋରାଚାଲାଣ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଆସୁଛି। ଏହି ପିକ୍‌ଅପ୍‌ ଜବତ ଘଟଣା ପରେ ଉକ୍ତ ରୁଟ୍‌ରେ ଚାଲୁଥିବା ଅବୈଧ ନିଶାଦ୍ରବ୍ୟ ଚୋରାଚାଲାଣ ଉପରେ ପୁଲିସ ଆହୁରି କଡ଼ା ନଜର ରଖିବାକୁ ଦାବି ହେଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User