ବଗାଡ଼ରେ ନୀଳଚକ୍ର କ୍ଲବ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର ସ୍ୱାସ୍ଥ୍ୟ ପରୀକ୍ଷା ସହ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା
କେସିଙ୍ଗା, ୨୭/୦୮:(ଷ୍ଟାରନିୟୁଜ ଓଡିଶା )କେସିଙ୍ଗା ଏନ୍ଏସି ଅନ୍ତର୍ଗତ ୧ ଓ ୨ ନମ୍ବର ୱାର୍ଡର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବଗାଡ଼ଠାରେ ନୀଳଚକ୍ର କ୍ଲବ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳ ଭଳି ପରିବେଶରେ ରହୁଥିବା ଏହି ଅଞ୍ଚଳବାସୀଙ୍କ ପାଇଁ ନିକଟରେ ସ୍ୱାସ୍ଥ୍ୟ ସେବା ଓ ପରୀକ୍ଷାର ସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ କ୍ଲବ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା।
ଶିବିରକୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍.ଏନ୍. ଖଟୁଆ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଡାକ୍ତର ଝସକେତନ ସାହୁ ଶିବିରରେ ଯୋଗଦେଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ପରାମର୍ଶ ଦେଇଥିଲେ।
କେସିଙ୍ଗା ଏନ୍ଏସି ଅଧୀନରେ ଥିଲେ ମଧ୍ୟ ବଗାଡ଼ ଅଞ୍ଚଳରେ ଏବେ ବି ଗ୍ରାମାଞ୍ଚଳ ଭଳି ପରିବେଶ ରହିଥିବାରୁ ନିୟମିତ ସ୍ୱାସ୍ଥ୍ୟ ସଚେତନତା ଓ ଚିକିତ୍ସା ଶିବିରର ଆବଶ୍ୟକତା ରହିଛି। ଅଞ୍ଚଳବାସୀଙ୍କ ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୀଳଚକ୍ର କ୍ଲବ ପକ୍ଷରୁ ଶିବିର ଆୟୋଜନ କରାଯାଇଥିବା କ୍ଲବ ସଭାପତି ଧନୁ ଭୋଇ କହିଛନ୍ତି।
ସ୍ୱାସ୍ଥ୍ୟ ହିଁ ସମ୍ପଦ—ଏହି ବାର୍ତ୍ତାକୁ ନେଇ ଆୟୋଜିତ ଏହି ଶିବିରରେ ଅଞ୍ଚଳବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମକୁ ସଫଳ କରିବାରେ କ୍ଲବର ଗଙ୍ଗାଧର ବେହେରା, ରୁପିନ୍ ସାହୁ, ଧରଣୀ ନାଏକ, ରଞ୍ଜିତ୍ ସେଠ୍, ଚିତ୍ରସେନ ନାଏକ, ଗୌତମ ଛତର, ବିଜମଲ୍ ସାହୁଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)