କୁର୍ଲୁପଡ଼ା ଛକରେ ଯାତ୍ରୀ ଦୁର୍ଦ୍ଧଶl:ପ୍ରତୀକ୍ଷା ଲୟ ନାହିଁ, ରାତିରେ ଆଲୋକ ନାହିଁ! ବର୍ଷାରେ ଭିଜୁଛନ୍ତି ଖରାରେ ସିଝୁଛନ୍ତି ଯାତ୍ରୀ' ଅନ୍ଧାର ରାସ୍ତା ରେ ସୁରକ୍ଷା ନେଇ ଆଶଙ୍କା.

କେସିଙ୍ଗା ୨୬l୮( ଷ୍ଟାରନିୟୁଜ ଓଡିଶା )କଳାହାଣ୍ଡି: ଏନ୍ଏଚ୍-୨୬କୁ ସଂଯୋଗ କରୁଥିବା କୁର୍ଲୁପଡ଼ା–କନ୍ତେ ଶିର ପଞ୍ଚାୟତ ଅଞ୍ଚଳର ନ୍ୟୁ ଲାଇଫ୍ ହସ୍ପିଟାଲ ଛକ ନିକଟରେ ଏକ ବସ୍ ପ୍ରତୀକ୍ଷା ଗୃହର ଆବଶ୍ୟକତା ଦୀର୍ଘଦିନ ଧରି ଅନୁଭୂତ ହେଉଛି। ପ୍ରତିଦିନ ଏହି ଛକ ଦେଇ କୁର୍ଲୁପଡ଼ା ଓ ଆଖପାଖ ଅଞ୍ଚଳର ଲୋକେ ବିଭିନ୍ନ ଗାଁକୁ ଯାତାୟାତ କରୁଥିବା ବେଳେ ବସ୍କୁ ଅପେକ୍ଷା କରିବା ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବିଶେଷକରି ବର୍ଷା ଋତୁରେ ଯାତ୍ରୀମାନେ ବର୍ଷାରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନପାଇ ରାସ୍ତାକଡ଼ରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି। ସେହିପରି ବୈଶାଖ ମାସର ପ୍ରଚଣ୍ଡ ଖରା ସମୟରେ ମଧ୍ୟ ଯାତ୍ରୀଙ୍କ ପାଇଁ ଛାଇ କିମ୍ବା ବସିବାର ସୁବିଧା ନାହିଁ। ଏଥିରେ ବୃଦ୍ଧ, ମହିଳା, ଶିଶୁ ଓ ଅସୁସ୍ଥ ଯାତ୍ରୀମାନେ ଅଧିକ ହଇରାଣ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଛକଟି ଏନ୍ଏଚ୍-୨୬ ସହ ସଂଯୋଗ ଥିବାରୁ ଏଠାରେ ଯାତ୍ରୀଙ୍କ ଚଳାଚଳ ଅଧିକ। ତେଣୁ ଏଠାରେ ଏକ ଛୋଟ କିନ୍ତୁ ସୁବିଧାଜନକ ବସ୍ ଅପେକ୍ଷା ଗୃହ ନିର୍ମାଣ କରାଗଲେ ଯାତ୍ରୀମାନେ ବର୍ଷା ଓ ଖରାରୁ ରକ୍ଷା ପାଇବା ସହ ବସ୍କୁ ସୁରକ୍ଷିତ ଭାବେ ଅପେକ୍ଷା କରିପାରିବେ।ତତସଙ୍ଗେସଙ୍ଗେ ରାତ୍ରିରେ କୁର୍ଲୁ ପଡ଼ା କୁ ଯିବା ସମୟରେ ରାସ୍ତା କଡରେ ବାର ଲାଇଟ ନଥିବାରୁ ଲୋକେ ରାତ୍ର ସମୟରେ ମଦ୍ୟପି ଏବଂ ଦୃବୁତ ମାନଙ୍କ ର ଭୟ ଥିବାଯୋଗୁ ଲାଇଟ ର ଆବଶ୍ୟକ ଅଛି, ବୋଲି ଗାଁରେ ଆଲୋଚନା କରୁଥିବାର ଜଣାପଡିଛି
ଏହି ସମସ୍ୟା ପ୍ରତି ପ୍ରଶାସନ ଓ ସ୍ଥାନୀୟ ପଞ୍ଚାୟତ କେବେ ଦୃଷ୍ଟି ଦେବ ଏବଂ ନ୍ୟୁ ଲାଇଫ୍ ହସ୍ପିଟାଲ ଛକ ନିକଟରେ ଏକ ଯାତ୍ରୀ ଅପେକ୍ଷା ଗୃହ ନିର୍ମାଣ କରିବ, ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ତୁରନ୍ତ ପଦକ୍ଷେପ ନେଇ ଏଠାରେ ଏକ ବସ୍ ଅପେକ୍ଷା ଗୃହ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
What's Your Reaction?
Like
2
Dislike
0
Love
0
Funny
0
Wow
0
Sad
0
Angry
0
Comments (0)