ନଦୀ ଆରପାରିରେ ବନ୍ୟାଘେରରେ ଫସିଲେ ଚାଷୀ ପରିବାର
କଳାହାଣ୍ଡି,୨୪/୦୮(ଷ୍ଟାରନିୟୁଜ ଓଡିଶା )ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଅନ୍ତର୍ଗତ ବାରବଖରା ଗ୍ରାମ ନିକଟସ୍ଥ ମୁଡ୍ରା ନଦୀ ଆରପାରିରେ ବନ୍ୟାଘେରରେ ଫସିଥିବା ଚାଷୀ ପରିବାରର ୫ ଜଣଙ୍କୁ ଧର୍ମଗଡ଼ ଓଡ୍ରାଫ ଟିମ୍ ସୁରକ୍ଷିତ ଭାବେ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ, ଖୁଣ୍ଟିଆ ଗ୍ରାମର ଚାଷୀ କୁମନାଥ ଧରୁଆଙ୍କ ପରିବାରର ସନମତି ଧରୁଆ, ପଦନା ଧରୁଆ, ପରା ଧରୁଆ ଓ ମମିତା ଧରୁଆଙ୍କ ସମେତ ୫ ଜଣ ସଦସ୍ୟ ଆଜି ସକାଳେ ଚାଷଜମିକୁ ଯାଇଥିଲେ। ତେବେ ଲଗାଣ ବର୍ଷା ଯୋଗୁଁ ହଠାତ୍ ମୁଡ୍ରା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ସେମାନେ ନଦୀ ଆରପାରିରେ ଫସି ଯାଇଥିଲେ।
ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ସୂଚନା ଦେଇଥିଲେ। ଉପାଧ୍ୟକ୍ଷ ତୁରନ୍ତ ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରିବା ପରେ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଓ ବିଡିଓ ଡ. ହିମାଞ୍ଚଳ ମାଝୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପରେ ଧର୍ମଗଡ଼ ଓଡ୍ରାଫ ଟିମ୍କୁ ଡକାଯାଇଥିଲା। ଓଡ୍ରାଫ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀର ବଢ଼ିଥିବା ଜଳସ୍ରୋତ ମଧ୍ୟରୁ ଚାଷୀ ପରିବାରର ସମସ୍ତ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ବ୍ଲକ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ସମଗ୍ର ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ।
ଲଗାଣ ବର୍ଷା ଯୋଗୁଁ ଅଞ୍ଚଳର ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବଢ଼ୁଥିବାରୁ ନଦୀ ଆରପାରିକୁ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ ରହିବା ସହ ଜଳସ୍ରୋତ ବଢ଼ିଲେ ନଦୀ ପାର ନହେବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।କଳାହାଣ୍ଡି,୨୪/୦୮(ଷ୍ଟାରନିୟୁଜ ଓଡିଶା )ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଅନ୍ତର୍ଗତ ବାରବଖରା ଗ୍ରାମ ନିକଟସ୍ଥ ମୁଡ୍ରା ନଦୀ ଆରପାରିରେ ବନ୍ୟାଘେରରେ ଫସିଥିବା ଚାଷୀ ପରିବାରର ୫ ଜଣଙ୍କୁ ଧର୍ମଗଡ଼ ଓଡ୍ରାଫ ଟିମ୍ ସୁରକ୍ଷିତ ଭାବେ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ, ଖୁଣ୍ଟିଆ ଗ୍ରାମର ଚାଷୀ କୁମନାଥ ଧରୁଆଙ୍କ ପରିବାରର ସନମତି ଧରୁଆ, ପଦନା ଧରୁଆ, ପରା ଧରୁଆ ଓ ମମିତା ଧରୁଆଙ୍କ ସମେତ ୫ ଜଣ ସଦସ୍ୟ ଆଜି ସକାଳେ ଚାଷଜମିକୁ ଯାଇଥିଲେ। ତେବେ ଲଗାଣ ବର୍ଷା ଯୋଗୁଁ ହଠାତ୍ ମୁଡ୍ରା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ସେମାନେ ନଦୀ ଆରପାରିରେ ଫସି ଯାଇଥିଲେ।
ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ସୂଚନା ଦେଇଥିଲେ। ଉପାଧ୍ୟକ୍ଷ ତୁରନ୍ତ ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରିବା ପରେ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଓ ବିଡିଓ ଡ. ହିମାଞ୍ଚଳ ମାଝୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପରେ ଧର୍ମଗଡ଼ ଓଡ୍ରାଫ ଟିମ୍କୁ ଡକାଯାଇଥିଲା। ଓଡ୍ରାଫ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀର ବଢ଼ିଥିବା ଜଳସ୍ରୋତ ମଧ୍ୟରୁ ଚାଷୀ ପରିବାରର ସମସ୍ତ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ବ୍ଲକ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ସମଗ୍ର ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ।
ଲଗାଣ ବର୍ଷା ଯୋଗୁଁ ଅଞ୍ଚଳର ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବଢ଼ୁଥିବାରୁ ନଦୀ ଆରପାରିକୁ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ ରହିବା ସହ ଜଳସ୍ରୋତ ବଢ଼ିଲେ ନଦୀ ପାର ନହେବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)