ଭବାନୀପାଟଣା ସଦର ବ୍ଲକ ଯାଦବ ମହାସଭାର ଦ୍ୱିତୀୟ ସାଧାରଣ ବୈଠକ
କଳାହାଣ୍ଡି, ୨୪/୮ (ଷ୍ଟାର ନ୍ୟୁଜ ଓଡ଼ିଶା): ଭବାନୀପାଟଣା ସଦର ବ୍ଲକ ଯାଦବ ମହାସଭାର ଦ୍ୱିତୀୟ ସାଧାରଣ ବୈଠକ ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାକୋଟଠାରେ ସଭାପତି ଦେବରାଜ ଗହୀରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ବୈଠକ ଆରମ୍ଭରେ ସଦର ବ୍ଲକ ଯାଦବ ମହାସଭାର ସମ୍ପାଦକ ଶ୍ରୀ ରଥୁରାମ ବାଗ ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ।
ବୈଠକରେ ଯାଦବ ସମାଜର ସାମଗ୍ରିକ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ସ୍ୱାସ୍ଥ୍ୟ, ଶିକ୍ଷା, କୌଳିକ ବୃତ୍ତିର ସୁରକ୍ଷା, ନିଶାମୁକ୍ତ ସମାଜ ଗଠନ, ଯାଦବ ସମ୍ବିଧାନ କାର୍ଯ୍ୟକାରୀ କରିବା, ନୂତନ ଆଞ୍ଚଳିକ ଯାଦବ ସମିତି ଗଠନ, ବ୍ଲକ ଯୁବ ଯାଦବ ସମିତି ଓ ମହିଳା ସମିତି ଗଠନ ନେଇ ମତବିନିମୟ ହୋଇଥିଲା।
ଏଥିସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ଯାଦବ ସମ୍ପ୍ରଦାୟର କଳା ଓ ସଂସ୍କୃତିର ପୁନରୁଦ୍ଧାର, ସାମାଜିକ ସ୍ଥିତି ସୁଦୃଢ଼ କରିବା, ଆର୍ଥିକ ଓ ରାଜନୈତିକ ଅଧିକାର ସମ୍ପର୍କରେ ସଚେତନତା, ସଂଗଠିତ ଭାବେ କାର୍ଯ୍ୟ କରିବା, ନୂଆଖାଇ ଭେଟଘାଟ ଆୟୋଜନ, କ୍ରୀଡ଼ା କ୍ଷେତ୍ରରେ ପ୍ରତିଭା ବିକାଶ, ସାମାଜିକ ଏକତା ଓ ଭାଇଚାରା ବୃଦ୍ଧି ସହ ଯାଦବ ସମାଜର ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ଶ୍ରୀମତୀ କମଳିନୀ ଯାଦବ, ଶ୍ରୀ ସୁଭାଷ ନାଗ, କୋଷାଧ୍ୟକ୍ଷ ମଳୟ କୁମାର ଗଉଡ଼, ଉପସଭାପତି ଝସକେତନ ଗଉଡ଼, ରାଜୀବ ଲୋଚନ ଜୁଆଡ଼, ଉପେନ୍ଦ୍ର ଚଲାନ, ସୁରେଶ ଚନ୍ଦନଙ୍କ ସମେତ ସଦର ବ୍ଲକ ଆଞ୍ଚଳିକ ଯାଦବ ସମିତି, ଗ୍ରାମ୍ୟ ଯାଦବ ସମିତି ଓ ବିଭିନ୍ନ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ପରିଶେଷରେ କୋଷାଧ୍ୟକ୍ଷ ମଳୟ କୁମାର ଗଉଡ଼ ଧନ୍ୟବାଦ ଅର୍ପଣ କରିବା ପରେ ବୈଠକ ଶେଷ ହୋଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)