ଭବାନୀପାଟଣାରେ ଭଡ଼ାଘରୁ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର

Aug 22, 2026 - 13:33
0 21
ଭବାନୀପାଟଣାରେ ଭଡ଼ାଘରୁ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର

ଭବାନୀପାଟଣା, ୨୧/୦୮ (ଷ୍ଟାର

ନିୟୁଜ ଓଡ଼ିଶା): ଭବାନୀପାଟଣା ସହରର ପୁରୁଣାପଡ଼ା ଅଞ୍ଚଳରେ ଜଣେ ପୁଲିସ କନଷ୍ଟେବଲଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଏକ ଭଡ଼ାଘରୁ ଉଦ୍ଧାର ହୋଇଛି। ଘଟଣାଟି ଭବାନୀପାଟଣା ଟାଉନ ଥାନା ଅଧୀନ ୧୪ ନମ୍ବର ୱାର୍ଡରେ ଘଟିଥିବା ଜଣାପଡ଼ିଛି।
ମୃତ କନଷ୍ଟେବଲ ଜଣକ ହେଲେ ରାଜେନ୍ଦ୍ର ଦଣ୍ଡସେନା। ତାଙ୍କ ଘର ଭବାନୀପାଟଣା ସଦର ଥାନା ଅଧୀନ କାଦପଦର ଗ୍ରାମରେ। ସେ ଡି.ବି.ଏଫ୍‌ ଅପରେସନ୍‌ ଗ୍ରୁପ୍‌ରେ କାର୍ଯ୍ୟରତ ଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇ ଭବାନୀପାଟଣା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ଶବ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ତେବେ କେଉଁ ପରିସ୍ଥିତିରେ କନଷ୍ଟେବଲ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାକୁ ନେଇ ଟାଉନ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତକାରୀ ଅଧିକାରୀ ଏସ୍‌.ଆଇ. ବିନୟ କୁମାର ବାରା ଘଟଣାର ବିଭିନ୍ନ ଦିଗ ଯାଞ୍ଚ କରୁଥିବା ଜଣାପଡ଼ିଛି। ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User