ତେଲନଦୀ ବନ୍ୟାପାଣିରେ ଫସିଥିବା ୬ ଚାଷୀଙ୍କୁ ଉଦ୍ଧାର

Aug 24, 2026 - 21:10
0 10
ତେଲନଦୀ ବନ୍ୟାପାଣିରେ ଫସିଥିବା ୬ ଚାଷୀଙ୍କୁ ଉଦ୍ଧାର

କଳାହାଣ୍ଡି, ୨୪/୮(ଷ୍ଟାରନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ରେଙ୍ଗସାପାଲି ପଞ୍ଚାୟତର କାର୍ଲି ଗ୍ରାମର ୬ ଜଣ ଚାଷୀ ତେଲନଦୀର ବନ୍ୟାପାଣିରେ ଫସିଯାଇଥିବା ବେଳେ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
ସୋମବାର ସକାଳେ ଚାଷୀ ଶୁଶାନ୍ତ ବିଶ୍ୱାଳ, ବିଭୂତି ବୁଦ୍ଧିଆ, ଉମା ବୁଦ୍ଧିଆ, ଯୁଧିଷ୍ଠିର ବୁଦ୍ଧିଆ, ନିରଞ୍ଜନ ହଂସ ଓ ଘନଶ୍ୟାମ ବୁଦ୍ଧିଆ ତେଲନଦୀ କୂଳକୁ ଲାଗିଥିବା କଛାର ଅଞ୍ଚଳକୁ ଚାଷ କାମ ପାଇଁ ଯାଇଥିଲେ। ଘରକୁ ଫେରିବା ସମୟରେ ହଠାତ୍ ନଦୀରେ ବନ୍ୟାପାଣି ବଢ଼ିଯିବାରୁ ସେମାନେ ପାଣି ଘେରରେ ଫସିଯାଇଥିଲେ।
ପାଣିର ପ୍ରଖର ସ୍ରୋତ ଯୋଗୁଁ ଫେରିବା ସମ୍ଭବ ନ ହେବାରୁ ୬ ଚାଷୀ ଏକ ଜମି ହୁଡ଼ା ଉପରେ ଆଶ୍ରୟ ନେଇଥିଲେ। ତେବେ ଲଗାତାର ଜଳସ୍ତର ବଢ଼ିବାରୁ ସେମାନଙ୍କ ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇ ଗୋଲାମୁଣ୍ଡାର ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ତୁରନ୍ତ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରିବା ସହ ପ୍ରଶାସନକୁ ଅବଗତ କରିଥିଲେ।
ସୂଚନା ପାଇବା ପରେ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦଶପୁର ଫାଣ୍ଡି ପୁଲିସ, ଅତିରିକ୍ତ ତହସିଲଦାର ଓ ବୋରଗୁଡ଼ା ରାଜସ୍ୱ ନିରୀକ୍ଷକଙ୍କ ଉପସ୍ଥିତିରେ ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ବୋଟ୍‌ ସହାୟତାରେ ୬ ଚାଷୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User