ଗଛରେ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷାର ନିଆରା ବାର୍ତ୍ତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିନବ ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ

Aug 28, 2026 - 23:39
0 16
ଗଛରେ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷାର ନିଆରା ବାର୍ତ୍ତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିନବ ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ

କେସିଙ୍ଗା, ୨୮/୮(ଷ୍ଟାରନିୟୁଜ ଓଡିଶା )ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମାକୁ ଏକ ଅଭିନବ ଓ ଅର୍ଥପୂର୍ଣ୍ଣ ଢଙ୍ଗରେ ପାଳନ କରିଛି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ। ରାକ୍ଷୀର ସୁରକ୍ଷା ବନ୍ଧନକୁ ପ୍ରକୃତି ସୁରକ୍ଷା ସହ ଯୋଡ଼ି ଛାତ୍ରୀମାନେ ସମାଜକୁ ଏକ ସୁନ୍ଦର ସଚେତନତାମୂଳକ ବାର୍ତ୍ତା ଦେଇଛନ୍ତି।
ବିଦ୍ୟାଳୟର ଏନ୍‌ସିସି, ୟୁଥ୍ ଆଣ୍ଡ ୟୁକୋ କ୍ଲବ ଓ ଏନର୍ଜି କ୍ଲବର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଛାତ୍ରୀମାନେ ବିଦ୍ୟାଳୟ ପରିସରର ବିଭିନ୍ନ ଗଛରେ ରାକ୍ଷୀ ବାନ୍ଧିଥିଲେ। ଏଥିସହ ଗଛର ସୁରକ୍ଷା, ଯତ୍ନ ଓ ସଂରକ୍ଷଣ ପାଇଁ ଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ସାମୂହିକ ଭାବେ ଶପଥ ଗ୍ରହଣ କରିଥିଲେ।
ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାକ୍ଷୀର ସୁରକ୍ଷା ବନ୍ଧନକୁ ଗଛ ଓ ପରିବେଶ ସୁରକ୍ଷା ସହ ଯୋଡ଼ିବାର ଏକ ନିଆରା ପ୍ରୟାସ କରାଯାଇଥିଲା। ଛାତ୍ରୀମାନେ “ଗଛ ବଞ୍ଚିଲେ ପରିବେଶ ବଞ୍ଚିବ, ପରିବେଶ ବଞ୍ଚିଲେ ଭବିଷ୍ୟତ ସୁରକ୍ଷିତ ରହିବ” ବାର୍ତ୍ତା ଦେଇ ଗଛକୁ କେବଳ ପ୍ରକୃତିର ଅଂଶ ନୁହେଁ, ଜୀବନର ସୁରକ୍ଷା କବଚ ଭାବେ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ।
ରାକ୍ଷୀ ପୂର୍ଣ୍ଣିମାର ପାରମ୍ପରିକ ଭାବନାକୁ ପରିବେଶ ସୁରକ୍ଷା ସହ ଯୋଡ଼ିଥିବା ଏହି ଅଭିନବ ପଦକ୍ଷେପ ବିଦ୍ୟାଳୟରେ ରାକ୍ଷୀ ପର୍ବକୁ ଅଧିକ ଅର୍ଥପୂର୍ଣ୍ଣ କରିଥିଲା। ଏହା ଛାତ୍ରୀମାନଙ୍କ ମନରେ ପ୍ରକୃତି ପ୍ରତି ଭଲପାଇବା, ଗଛ ପ୍ରତି ଦାୟିତ୍ୱବୋଧ ଏବଂ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଢ଼ିବାର ସଂକଳ୍ପକୁ ଦୃଢ଼ କରିଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User