ଏସ୍‌କେଏସ୍‌ ଟ୍ୟୁଟୋରିଆଲ୍ସରେ ସିବିଏସଇ ଦଶମ ବୋର୍ଡରେ ଉଲ୍ଲେଖନୀୟ ସଫଳତା

Apr 17, 2026 - 20:40
0 20
ଏସ୍‌କେଏସ୍‌ ଟ୍ୟୁଟୋରିଆଲ୍ସରେ ସିବିଏସଇ ଦଶମ ବୋର୍ଡରେ ଉଲ୍ଲେଖନୀୟ ସଫଳତା

ନାଗଡ଼,୧୭/୪: (ଷ୍ଟାର ନିୟୁଜ ଓଡିଶା )ଗତ ୧୫ ଏପ୍ରିଲ ୨୦୨୬ ରେ ପ୍ରକାଶିତ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳରେ ଜୁନାଗଡ଼ ଅଞ୍ଚଳର ଛାତ୍ରଛାତ୍ରୀମାନେ ଉଜ୍ଜ୍ୱଳ ସଫଳତା ଅର୍ଜନ କରିଛନ୍ତି। ବିଶେଷତଃ ଏସ୍‌କେଏସ୍‌ ଟ୍ୟୁଟୋରିଆଲ୍ସରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏଥର ଅତ୍ୟନ୍ତ ଉତ୍କୃଷ୍ଟ ଫଳାଫଳ କରିଥିବା ଦେଖାଯାଇଛି।
ସୂଚନା ଅନୁସାରେ, ବିକାଶ ଆବାସିକ ବିଦ୍ୟାଳୟ, ଭବାନୀପାଟଣା, ଜୁନାଗଡ଼ ଇଂଲିଶ୍ ସ୍କୁଲ୍ ଓ ଓଡିଶା ଆଦର୍ଶ ବିଦ୍ୟାଳୟ, ଜୁନାଗଡ଼ର ଛାତ୍ରଛାତ୍ରୀମାନେ ଏସ୍‌କେଏସ୍‌ ଟ୍ୟୁଟୋରିଆଲ୍ସରେ ପ୍ରଶିକ୍ଷଣ ନେଇ ଶ୍ରେଷ୍ଠ ଫଳ ପାଇଛନ୍ତି।
 
ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀ ଦିଶା ଗୁପ୍ତା – ୯୬.୪%
ଜୁନାଗଡ଼ ଇଂଲିଶ୍ ସ୍କୁଲ୍ର ଛାତ୍ରୀ ଶିବାନୀ ସାହୁ – ୯୬.୪%
ଓଡିଶା ଆଦର୍ଶ ବିଦ୍ୟାଳୟର ଦିଭ୍ୟାଶା ନାୟକ – ୯୫%
ଅନ୍ୟାନ୍ୟ ୫-୬ ଜଣ ଛାତ୍ରଛାତ୍ରୀ ୯୦% ରୁ ଅଧିକ ନମ୍ବର ପାଇଛନ୍ତି
ଗତ ୮-୯ ବର୍ଷ ଧରି ଏସ୍‌କେଏସ୍‌ ଟ୍ୟୁଟୋରିଆଲ୍ସ ଛାତ୍ରଛାତ୍ରୀଙ୍କୁ ଗୁଣମାନସମ୍ପନ୍ନ ଶିକ୍ଷା ପ୍ରଦାନ କରିଆସୁଛି ଏବଂ ପ୍ରତିବର୍ଷ ଉତ୍କୃଷ୍ଟ ଫଳ ଦେଇଆସୁଛି।
ଏହି ସଫଳତା ପାଇଁ ସଂସ୍ଥାପକ ସଞ୍ଜୀବ ସାହୁ, ସ୍ୱରାଜ ଅଗ୍ରୱାଲ ଓ କୌତଲ୍ୟ ତାୟାଲଙ୍କର ସଂଯୁକ୍ତ ପ୍ରୟାସକୁ ସ୍ଥାନୀୟମାନେ ପ୍ରଶଂସା କରିଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User