କଟାଗାଁକୁ ନୂତନ ବ୍ଲକର ମାନ୍ୟତା ପାଇଁ ଦାବୀ ।

କୋଷାଗୁମୁଡା ,୧l୯(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର କଟାଗାଁ ପଂଚାୟତକୁ ବ୍ଲକ ମାନ୍ୟତା ଦେବା ପାଇଁ ଦାବୀ ଜୋର ଧରିଛି |ଏନେଇ ଆଜି ତାରାଗାଁ ପଂଚାୟତ କାର୍ଯ୍ୟାଳୟ ଠାରେ ଏକ ବୈଠକ କରାଯାଇଛି |ଆୟୋଜିତ ଉକ୍ତ ବୈଠକରେ ସମସ୍ତ ସରପଞ୍ଚ ଜିଲ୍ଲା ପରିଷଦ, ସମିତି ସଭ୍ୟ, ୱାର୍ଡ ମେମ୍ବର ଙ୍କ ସମେତ ଜ୍ଞାନୀଗୁଣି, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ସହସ୍ରାଧିକ ସଂଖ୍ୟାରେ ଯୋଗଦେଇଥିବା ଦେଖିବାକୁ ମିଳିଛି |ପ୍ରକାଶ ଥାଉକି, କୋଷାଗୁମୁଡା ବ୍ଲକର 10ଗୋଟି ପଂଚାୟତ ଯଥା:-ତାରାଗାଁ, ବଡ଼ଗୁମୁଡା, ଆଟିଗାଁ,ଵାଲେଙ୍ଗା, ଏକରୀ, ମୋତିଗାଁ,ବାଙ୍କୁଲୀ, ଏମ କେରାଗାଁ, ବି ଏମ ସେମଳା ଓ ଟେମରା଼ ପଂଚାୟତବାସୀ ଙ୍କୁ ବ୍ଲକ କାର୍ଯ୍ୟାଳୟ ଯିବାକୁ ହେଲେ 40କିଲୋମିଟରରୁ ଉର୍ଦ୍ଧ ରାସ୍ତା ଯିବାକୁ ପଡୁଥିବା ଯୋଗୁଁ ସବୁବେଳେ ହଇରାଣ ହୋଇଆସୁଛନ୍ତି |ବ୍ଲକ କାର୍ଯ୍ୟାଳୟର କାମ ହେଉ ଅଥବା ମେଡିକାଲ କାର୍ଯ୍ୟ ହେଉ ଓ ତହସିଲ କାର୍ଯ୍ୟ ହେଉ ସବୁଥିରେ ଅସୁବିଧା ଭୋଗୀଆସୁଥିବା ବେଳେ ପ୍ରଶାସନିକ ସୁବିଧା ମଧ୍ୟ ଠିକ ଭାବେ ଏହି ସବୁ ଅଞ୍ଚଳବାସୀଙ୍କ ପାଖରେ ପହଂଚି ପାରୁନାହିଁ |ବେଳେବେଳେ ପ୍ରଶାସନ ମଧ୍ୟ ଏହିସବୁ ଅଞ୍ଚଳକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି |ତେଣୁ କୋଟାଗାଁ ପଂଚାୟତକୁ ସ୍ୱତନ୍ତ୍ର ବ୍ଲକର ମାନ୍ୟତା ଦେଲେ ଉପରୋକ୍ତ 10ଗୋଟି ପଂଚାୟତବାସୀ ଉପକୃତ ହେବେ ବୋଲି ଆଜିର ବୈଠକରେ ଆଲୋଚନା କରାଯାଇଥିଲା |ପୂର୍ବରୁ ମଧ୍ୟ 2014ମସିହାରୁ କଟାଗାଁ ପଂଚାୟତକୁ ସ୍ୱତନ୍ତ୍ର ବ୍ଲକ ପାଇଁ ଦାବୀ ହୋଇଆସୁଛି |ହେଲେ ସେ ସମୟର ସରକାର ଭ୍ରୁକ୍ଷେପ ନକରିବାରୁ ଅଞ୍ଚଳବାସୀଙ୍କୁ କୌଣସି ସୁଫଳ ମିଳିନଥିଲା |ଏବେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିବା ପରେ ଅଞ୍ଚଳବାସୀଙ୍କୁ ଏକ ନୂତନ ଆଲୋକ ଦୃଶ୍ୟମାନ ହୋଇଛି |ତେଣୁ ଏହି ଦାବୀ ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ନେଇ ଆଜି ସ୍ଥିର କରାଯାଇଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?






