ଖଜୁରପଡାରେ କ୍ରିକେଟ ଟୁର୍ନାମେଣ୍ଟ : ତେତେଲପଡା ୫ ୱିକେଟରେ ବିଜୟୀ,
ବାନୀପାଟଣା ୧୬l୦୪( ଷ୍ଟାର ନିୟୁଜ ଓଡିଶା )୧୩ତମ ଶିବ ଶକ୍ତି ଯୁବକ ସଂଘ ଟୁର୍ଣ୍ଣାମେଣ୍ଟ ସଫଳ ସମାପ୍ତ l
ଭବାନୀପାଟଣା ବ୍ଲକ ଅଧୀନସ୍ଥ ଖଜୁରପଡା ଗ୍ରାମରେ “୧୩ତମ ଶିବ ଶକ୍ତି ଯୁବକ ସଂଘ କ୍ରିକେଟ ପ୍ରତିଯୋଗିତା–୨୦୨୬” ର ଭବ୍ୟ ଆୟୋଜନ ସଫଳତାର ସହ ଶେଷ ହୋଇଛି। ଗ୍ରାମ ଓ ପାଶ୍ୱର୍ତ୍ତୀ ଅଞ୍ଚଳର ଖେଳାଳିମାନଙ୍କ ମଧ୍ୟରେ ଖେଳ ମନୋଭାବ, ଏକତା ଓ ଭାଇଚାରାକୁ ଆଗକୁ ନେଇଯିବାରେ ଏହି ପ୍ରତିଯୋଗିତା ଏକ ସଫଳ ପ୍ଲାଟଫର୍ମ ହୋଇପାରିଛି।
ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ ଖଜୁରପଡା ଦଳଙ୍କ ସହ ତେତେଲପଡା ଦଳ ମୁହାଁମୁହିଁ ହୋଇଥିଲେ। ରୋମାଞ୍ଚକର ମୁକାବିଲାରେ ତେତେଲପଡା ଦଳ ୫ ୱିକେଟ୍ରେ ଜିତି ୨୦୨୬ ମସିହାର ଚ୍ୟାମ୍ପିଅନ୍ ହୋଇଛି।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସଭାପତି ରାହାସବିହାରୀ ମାଝୀ, ସମ୍ପାଦକ ସଞ୍ଜୀବ କୁମାର ମାଝୀ, ବଳଭଦ୍ର ବାଗ, ସରପଞ୍ଚ ଅଙ୍କିତା ବେହେରା, ଶ୍ରୀକାନ୍ତ ବେହେରା, କୋଷାଧ୍ୟକ୍ଷ ବିଦ୍ୟାଧର ବାଗ, ଜୋନ୍ ସଭାପତି ବିଜୟ ମାଝୀ ସହ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।
ତାଙ୍କ ସହ ଚିତ୍ର ମାଝୀ, ଅଭିମନ୍ୟୁ ମାଝୀ, ପୀତାମ୍ବର ମାଝୀ, ତରିନ ମାଝୀ, ସମାଜସେବୀ ନଳିନୀ ମଞ୍ଜରୀ ବାଗ, ଦୀପ ମାଝୀ, କୁଲବତୀ ମାଝୀ, ପ୍ରଭାସିନୀ ମାଝୀ, ପୂର୍ବତନ ସରପଞ୍ଚ ରାଜୁ କରୁଆଁ, ରବି ଚନ୍ଦ୍ର ନାଏକ ଓ ଟିକନୁ ମାଝୀ ମଧ୍ୟ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ଫାଇନାଲ ମ୍ୟାଚ୍ ଶେଷରେ ବିଜେତା ଓ ରନର୍ସ ଦଳଙ୍କୁ କପ୍ ସହ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ଫୁଲମାଳା ଦେଇ ସମ୍ମାନିତ କରାଯାଇଥିଲା।
ଏହି ପ୍ରତିଯୋଗିତା ଅଞ୍ଚଳର ଯୁବମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିବା ସହ ଖେଳ ପ୍ରତି ଆକର୍ଷଣ ବୃଦ୍ଧି କରିଛି। ଗ୍ରାମବାସୀମାନଙ୍କର ସକ୍ରିୟ ସହଭାଗିତା ଓ ସହଯୋଗ ଏହି ଆୟୋଜନକୁ ସଫଳ କରିଥିଲା।
ଶିବ ଶକ୍ତି ଯୁବକ ସଂଘ, ଖଜୁରପଡା ତରଫରୁ ଆୟୋଜିତ ଏହି କ୍ରିଡ଼ା ଉତ୍ସବ ଅଞ୍ଚଳରେ ଆନନ୍ଦ ଓ ଉତ୍ସାହର ମାହୋଲ ସୃଷ୍ଟି କରିଥିଲା। ଆଗାମୀ ଦିନରେ ଏପରି ଅଧିକ କାର୍ଯ୍ୟକ୍ରମ କରିବା ପାଇଁ ସମସ୍ତଙ୍କର ସମର୍ଥନ ଓ ସହଯୋଗ ମିଳିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ଙ୍କ ରିପୋର୍ଟ
What's Your Reaction?