ବସ ଦୁର୍ଘଟଣାରେ କନିଷ୍ଠ ଯନ୍ତ୍ରୀ ମୃତ।

Jun 05, 2025 - 13:54
0 812

ଝରିଗାଁ ,୫l୬(ଷ୍ଟାର ନିୟୁଜ ଓଡିଶା ): ଭୁବନେଶ୍ୱର ରୁ ଉମରକୋଟ ଫେରୁଥିବା ରଘୁନାଥ ଟ୍ରାଭେଲସ ନାମକ ବସ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଚାହାରବାହାଲ ଗ୍ରାମ ନିକଟରେ ଦୁର୍ଘଟଣା ଗ୍ରସ୍ତ ହେବାରୁ ଉକ୍ତ ବସରେ ବସିଥିବା ପାଞ୍ଚ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଲିଛି |ମୃତ ବ୍ୟକ୍ତି ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିନୋଦ ବେହେରା |ସୂଚନା ପ୍ରକାରେ, ବିନୋଦ ବେହେରା କୌଣସି ଏକ କାର୍ଯ୍ୟରେ ଭୁବନେଶ୍ୱର ଯାଇ ଘରକୁ ଫେରୁଥିବା ସମୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଚାରବାହାଲ ଗ୍ରାମ ନିକଟରେ ଆଜି ଭୋର ଚାର ଘଂଟିକା ସମୟରେ ରଘୁନାଥ ବସ ଦଣ୍ଡାୟମାନ ଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା |ଏହି ଦୁର୍ଘଟଣାରେ ବସରେ ବସିଥିବା ପାଞ୍ଚଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ବିନୋଦ ବେହେରାଙ୍କ ମୃତ୍ୟୁ ବରଣ କରିଛନ୍ତି |ଘଟଣା ସ୍ଥଳରେ କୋକସରା ଆମ୍ବୁଲାନ୍ସ ଏବଂ ଜୁନାଗଡ଼ ପୋଲିସ ପହଂଚି ଥିବା ବେଳେ ଆମ୍ବୁଲାନ୍ସ ଗୁରୁତର ଆହତ ଓ ମୃତ ଯନ୍ତ୍ରୀ ବିନୋଦ ବେହେରା଼ଙ୍କୁ ଜୁନାଗଡ଼ ମେଡିକାଲକୁ ଘେନି ଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳେଇଛି |ଏହି ଖବରଟି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଝରିଗାଁରେ ଶୋକର ଛାୟା ଖେଳି ଯାଇଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 4
Angry Angry 0

Comments (0)

User