ଷ୍ଟାରନ୍ୟୁଜ ଓଡ଼ିଶା ର ଖବର ପରେ ସକ୍ରିୟ ହେଲା କେସିଙ୍ଗା ଏନ୍‌ଏସି, ୧୨ଟି ୱାର୍ଡରେ ମଶାନାଶକ ସ୍ପ୍ରେ ଓ ସଚେତନତା ଅଭିଯାନ

Aug 05, 2026 - 13:57
0 28
ଷ୍ଟାରନ୍ୟୁଜ ଓଡ଼ିଶା ର ଖବର ପରେ ସକ୍ରିୟ ହେଲା କେସିଙ୍ଗା ଏନ୍‌ଏସି, ୧୨ଟି ୱାର୍ଡରେ ମଶାନାଶକ ସ୍ପ୍ରେ ଓ ସଚେତନତା ଅଭିଯାନ

କେସିଙ୍ଗା, ୫l ୮(ଷ୍ଟାରନ୍ୟୁଜ ଓଡ଼ିଶା):ଗତ ୪ ଅଗଷ୍ଟ ତାରିଖରେ ଅକ୍ଷର ଖବରକାଗଜ ଏବଂ ଷ୍ଟାରନ୍ୟୁଜ ଓଡ଼ିଶାରେ କେସିଙ୍ଗା ସହରରେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ସମ୍ଭାବ୍ୟ ବିପଦ ଏବଂ ବଢ଼ୁଥିବା ମଶା ଉପଦ୍ରବ ସମ୍ପର୍କରେ ପ୍ରକାଶିତ ଖବର ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଥିଲା।
ଏହି ଖବର ପ୍ରକାଶ ପରେ କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ (EO) ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ଆଜି ବୁଧବାର (୫ ଅଗଷ୍ଟ) କେସିଙ୍ଗା ସହରର ସମସ୍ତ ୧୨ଟି ୱାର୍ଡରେ ଡେଙ୍ଗୁ ଓ ମ୍ୟାଲେରିଆ ପ୍ରତିରୋଧ ପାଇଁ ମଶାନାଶକ ସ୍ପ୍ରେ କାର୍ଯ୍ୟକ୍ରମ ଚାଲିଥିଲା।
ଏହି ଅଭିଯାନରେ ଆଶାକର୍ମୀ, ସ୍ୱଚ୍ଛତା କର୍ମଚାରୀ ଓ ଏନ୍‌ଏସି କର୍ମଚାରୀମାନେ ସକ୍ରିୟ ଭାବେ ସାମିଲ ହୋଇ ବିଭିନ୍ନ ୱାର୍ଡରେ ସ୍ପ୍ରେ କରିବା ସହ ସ୍ଥାନୀୟ ଲୋକଙ୍କୁ ପରିବେଶ ସଫା ରଖିବା, ଜମିଥିବା ପାଣି ହଟାଇବା ଏବଂ ଡେଙ୍ଗୁ-ମ୍ୟାଲେରିଆ ପ୍ରତିରୋଧ ପାଇଁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।
ସହରବାସୀ ଏହି ତ୍ୱରିତ ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ, ଆଗାମୀ ଦିନରେ ମଧ୍ୟ ନିୟମିତ ଭାବେ ମଶାନାଶକ ସ୍ପ୍ରେ, ନାଳ ସଫେଇ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଜାରି ରଖିବାକୁ ଦାବି କରିଛନ୍ତି। ବର୍ଷା ଋତୁରେ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ମଶାବାହିତ ରୋଗର ଆଶଙ୍କା ବଢ଼ିଥିବାରୁ ସ୍ୱଚ୍ଛତା ଓ ମଶା ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଉଛି।
କେସିଙ୍ଗା ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User