ଝରିଗାଁ ତାଳୁକା ସେବା ସମିତି ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ।

Nov 23, 2025 - 18:28
0 38
ଝରିଗାଁ ତାଳୁକା ସେବା ସମିତି ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ।

ଝରିଗାଁ,୨୩l୧୧ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ଯେଏମଏଫସି କୋର୍ଟ ପରିସରରେ ତାଳୁକା ଲିଗାଲ ସର୍ଭିସ କମିଟି ଆନୁକୂଲ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଝରିଗାଁ ବ୍ଲକର 23ଗୋଟି ପଞ୍ଚାୟତରୁ 22ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗନେଇଥିଲେ |ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସାନ୍ତ୍ୱନା ମୂଳକ ଭାବେ ମାନପତ୍ର, ବହି, ଖାତା ଆଦି ପ୍ରଦାନ କରାଯାଇଥିଲା |ଉକ୍ତ କାର୍ଯ୍ୟକ୍ରମରେ ଯେଏମଏଫସି କୋର୍ଟର ଚେୟାରମ୍ୟାନ ତଥା ମାଜିଷ୍ଟ୍ରେଟ ସଂଘମିତ୍ରା ଦ୍ବିବେଦୀ, ଚିଫ ଆଡ଼ମିନିଷ୍ଟ୍ରେଟିଭ ଅଫିସର ବୈକୁଣ୍ଠ ମାଝୀ, ଲକ୍ଷ୍ମୀତା ବରାଳ, ଚିନ୍ମୟ ନାୟକ, ଯମୁନା ସ୍ୱାଇଁ, ଡା ସନ୍ତୋଷ ଦୋରା, ସରୋଜ କୁମାର ପତି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User