ଅନୁଷ୍ଠିତ ହେଲା ହରଘର ତ୍ରିରଙ୍ଗା ଓ ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ I

Aug 8, 2025 - 20:06
 0  9
ଅନୁଷ୍ଠିତ ହେଲା ହରଘର ତ୍ରିରଙ୍ଗା ଓ ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ I

ଫିରିଙ୍ଗିଆ,୮l୮(ଷ୍ଟାର ନିୟୁଜ) :ସ୍ୱାଧୀନତା ଦିବସ କୁ ଆଖିଆଗରେ ରଖି ଓ ସହିଦ ମାନଙ୍କ ସୃତି ଓ ସମ୍ମାନ ଉଦେଶ୍ୟ ରେ ସାରା ଦେଶରେ ହରଘର ତ୍ରିରଙ୍ଗା ଓ ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ବିଭିନ୍ନ ସରକାରୀ ବେସରକାରୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସହ ରାଜନୈତିକ ଦଳ ମାନଙ୍କ ରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଅନୁରୂପ ଭାବରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମଣ୍ଡଳ ବିଜେପି ତରଫରୁ ମଧ୍ୟ୍ୟ ଏହି ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ତେବେ ଫିରିଙ୍ଗିଆ ଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପ ଠାରେ ଫିରିଙ୍ଗିଆ ମଣ୍ଡଳ ସଭାପତି ଶ୍ରୀବଛ କହଁର ଙ୍କ ଅଧକ୍ଷତାରେ ଓ ବରିଷ୍ଠ ବିଜେପି ନେତା ତଥା କନ୍ଧମାଳ ସାଂସଦ ଙ୍କ ଶିକ୍ଷା ବିଭାଗ ପ୍ରତିନିଧି କଂସଦେବ ସାହୁ ଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ବିଜେପି ର ନେସନାଲ କୌଣସିଲ ସଦସ୍ୟ ତଥା ଜିଲ୍ଲାର ଜଣାଶୁଣା ବରିଷ୍ଠ ବିଜେପି ନେତା ସଂଜିତ ମଣ୍ଡଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୈଠକ କୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକ ରେ ବିଧାୟକଙ୍କ ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ଅକ୍ଷୟ କୁମାର କଟା ଙ୍କ ସହ ପକାରୀ ପଞ୍ଚାୟତ ସଭାପତି ବାବୁଲା କହଁର, ଯୁବ ବିଜେପି ନେତା ସଞ୍ଜୟ କୁମାର ଦିଗାଲ, ବରିଷ୍ଠ ବିଜେପି ନେତା କୃଷ୍ଣ ଚନ୍ଦ୍ର କହଁର, ପୂର୍ବତନ ସେନା କର୍ମଚାରୀ ତଥା ବିଜେପି ନେତା ଅଙ୍ଗଦ କହଁର, ବିଜେପି ନେତ୍ରୀ ମଞ୍ଜୁଲତା ସାହୁ ସମ୍ପତି ଦିଗାଲ, ସ୍ୱପ୍ନାରାଣୀ କର୍ଣ ଙ୍କ ସହ ଫିରିଙ୍ଗିଆ ମଣ୍ଡଳ ର ବାର ଗୋଟି ପଞ୍ଚାୟତ ସଭାପତି ଓ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମ କୁ ବିଜେପି ଯୁବ ନେତା ପ୍ରଦୀପ ସାହୁ ପରିଚାଳନା କରିଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ୍ୟ ଏହି ତ୍ରିରଙ୍ଗା ଯାତ୍ରା କୁ ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବା ଓ ଏହି ଦିବସରେ ଅନୁଷ୍ଠିତ ହୋଇଆସୁଥିବା ବିଭାଜନ ବିଭୀଦତା ଦିବସ କୁ ମଧ୍ୟ୍ୟ ପାଳନ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା I ଏହାସହ ଏହି ତ୍ରିରଙ୍ଗା ଯାତ୍ରା ଓ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ କିଭଳି ଭାବରେ ସମସ୍ତ ବର୍ଗର ଲୋକ ସାମିଲ ହୋଇପାରିବେ ସେନେଇ ମଧ୍ୟ୍ୟ ଚେଷ୍ଟା କରିବା ପାଇଁ ବୈଠକ ରେ ଆଲୋଚନା ହୋଇଥିଲା I 

What's Your Reaction?

like

dislike

love

funny

angry

sad

wow