ଆବାସ କାର୍ଯ୍ୟ ଅଧାରେ ଛାଡ଼ିଥିବା ୪୨ ହିତାଧିକାରୀଙ୍କୁ କେସିଙ୍ଗା ଏନ୍‌ଏସିର ତାଗିଦ

Jun 10, 2026 - 22:20
0 24
ଆବାସ କାର୍ଯ୍ୟ ଅଧାରେ ଛାଡ଼ିଥିବା ୪୨ ହିତାଧିକାରୀଙ୍କୁ କେସିଙ୍ଗା ଏନ୍‌ଏସିର ତାଗିଦ

କେସିଙ୍ଗା, ୧୦/୬ ( ଅକ୍ଷର ଓଡ଼ିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍‌ଏସି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) ଗୃହ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରଖିଥିବା ୪୨ ଜଣ ହିତାଧିକାରୀଙ୍କୁ ନେଇ ବୁଧବାର ପରିଷଦର ସଦ୍‌ଭାବନା ସଭାଗୃହରେ ଏକ ସଚେତନତା ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ହିତାଧିକାରୀମାନଙ୍କୁ ସରକାରଙ୍କ ନିର୍ଦ୍ଦେଶାବଳୀ ଓ ଯୋଜନାର ନିୟମାବଳୀ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଘର ନିର୍ମାଣ କାର୍ଯ୍ୟ ଶେଷ କରିବା ସହ ସରକାରଙ୍କ ପକ୍ଷରୁ ମିଳୁଥିବା ଆର୍ଥିକ ସହାୟତାର ସଠିକ୍ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।
ବୈଠକରେ ଉପସ୍ଥିତ ଅଧିକାରୀମାନେ ହିତାଧିକାରୀଙ୍କ ସମସ୍ୟା ଓ ଘର ନିର୍ମାଣ ବିଳମ୍ବର କାରଣ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ନିର୍ଦ୍ଧାରିତ ଅବଧି ମଧ୍ୟରେ କାର୍ଯ୍ୟ ସମାପ୍ତ ନ କଲେ ସରକାରୀ ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇପାରେ ବୋଲି ସୂଚିତ କରାଯାଇଥିଲା।
ଏହି ଅବସରରେ ପରିଷଦର ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ପାରିଷଦ ବୃନ୍ଦ ଏବଂ କର୍ମଚାରୀମାନେ ଉପସ୍ଥିତ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User