ଭୋଟର ତାଲିକାରୁ ନାମ ନ କଟିବାକୁ ସଚେତନତା: ଦେଢ଼ କିଲୋମିଟର ପଦଯାତ୍ରାରେ ଉପଜିଲାପାଳ

Jun 8, 2026 - 20:13
 0  15
ଭୋଟର ତାଲିକାରୁ ନାମ ନ କଟିବାକୁ ସଚେତନତା: ଦେଢ଼ କିଲୋମିଟର ପଦଯାତ୍ରାରେ ଉପଜିଲାପାଳ

କେସିଙ୍ଗା, ତା.୮/୬:( ସୁଜୟ ନଙ୍ଗାଳତି ) ୨୦୨୬ ପାଇଁ ଭୋଟର ତାଲିକାରୁ ସ୍ୱତନ୍ତ୍ର ସଂଘନ ସାଂଶୋଧନ  (ଏସ୍‌ଆଇଆର-୨୦୨୬) କାର୍ଯ୍ୟକ୍ରମକୁ ସଫଳ କରିବା ସହ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିବାକୁ ରୋକିବା ଉଦ୍ଦେଶ୍ୟରେ କଳାହାଣ୍ଡି ଉପଜିଲାପାଳ ପ୍ରଭାତ କୁମାର ପରିଡାଙ୍କ ନିଆରା ପଦକ୍ଷେପ ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ସେ କେସିଙ୍ଗା ସହରରେ ପ୍ରାୟ ଦେଢ଼ କିଲୋମିଟର ପଦଯାତ୍ରା କରି ସାଧାରଣ ଲୋକଙ୍କୁ ଏସ୍‌ଆଇଆର ସମ୍ପର୍କରେ ସଚେତନ କରିଥିଲେ।
ବଲାଙ୍ଗିର ଛକରୁ ଆରମ୍ଭ ହୋଇଥିବା ଏହି ସଚେତନତା ପଦଯାତ୍ରା ଆମ୍ବେଦକର ଛକ ପର୍ଯ୍ୟନ୍ତ ଚାଲିଥିଲା। ପଥଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ନାମ ଯାଞ୍ଚ ଓ ଆବଶ୍ୟକ ଦସ୍ତାବେଜ ସମ୍ପର୍କରେ ଅବଗତ କରାଯାଇଥିଲା।
ପରବର୍ତ୍ତୀ ସମୟରେ ଏନ୍‌ଏସି କାର୍ଯ୍ୟାଳୟରେ ପହଞ୍ଚି ଉପଜିଲାପାଳ ଶ୍ରୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, କେସିଙ୍ଗା ବ୍ଲକ ଅଞ୍ଚଳରେ ଏସ୍‌ଆଇଆର କାର୍ଯ୍ୟର ପ୍ରାୟ ୭୦ ପ୍ରତିଶତ ସମ୍ପନ୍ନ ହୋଇସାରିଛି। ବ୍ଲକ ଓ ଏନ୍‌ଏସିର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକୁ ଗୁରୁତ୍ୱର ସହ ଆଗେଇ ନେଉଥିବା ସେ କହିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ୱାଇଁ, ତହସିଲଦାର ପ୍ରଶାନ୍ତି ପ୍ରଧାନ, ସିଡିପିଓ ସସ୍ମିତା ମିଶ୍ର, ଏବିଡିଓ ସିଦ୍ଧେଶ୍ୱର ମେହେରଙ୍କ ସମେତ ଏନ୍‌ସିସି ଛାତ୍ରଛାତ୍ରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷାର୍ଥୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ସାମିଲ ହୋଇଥିଲେ। ସହରରେ ଆୟୋଜିତ ଏହି ପଦଯାତ୍ରା ଭୋଟର ସଚେତନତା କ୍ଷେତ୍ରରେ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିଛି।

What's Your Reaction?

like

dislike

love

funny

angry

sad

wow

SUJAYA EDITOR