ମିଲର୍ସଙ୍କ ପାଇଁ ଖୁସି ଖବର: ଧର୍ମଘଟ ସ୍ଥଗିତ, ଦୁଇଗୁଣା ହେଲା ଚାଉଳ ମିଲିଂ ଚାର୍ଜ
କେସିଙ୍ଗା/ଭୁବନେଶ୍ୱର,ତା.୮l୬( ଷ୍ଟାର ନିୟୁଜ ଓଡିଶା ): ଓଡିଶାର ଚାଉଳ ମିଲର୍ସମାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଦୀର୍ଘଦିନ ଧରି ମିଲିଂ ଚାର୍ଜ ବୃଦ୍ଧି ଦାବି କରୁଥିବା ମିଲର୍ସମାନେ ଜୁନ ୮ ତାରିଖରୁ ଧର୍ମଘଟକୁ ଯିବାକୁ ଚେତାବନୀ ଦେଇଥିଲେ। ତେବେ ରାଜ୍ୟ ସରକାର ସେମାନଙ୍କ ଦାବିକୁ ଆଂଶିକ ଭାବେ ଗ୍ରହଣ କରି ମିଲିଂ ଚାର୍ଜକୁ ଦୁଇଗୁଣା ବୃଦ୍ଧି କରିଛନ୍ତି।
ରାଜ୍ୟର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ଘୋଷଣା ଅନୁଯାୟୀ, ଅରୁଆ ଚାଉଳର ମିଲିଂ ଚାର୍ଜ କ୍ୱିଣ୍ଟାଲ ପିଛା ୧୦ ଟଙ୍କାରୁ ବଢ଼ି ୨୦ ଟଙ୍କା ହୋଇଥିବା ବେଳେ ଉଷୁନା ଚାଉଳର ମିଲିଂ ଚାର୍ଜ ୨୦ ଟଙ୍କାରୁ ବୃଦ୍ଧି ପାଇ ୪୦ ଟଙ୍କା କରାଯାଇଛି। ଏହି ନୂତନ ଦର ତୁରନ୍ତ କାର୍ଯ୍ୟକାରୀ ହେବ। �
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ମିଲର୍ସ ସଂଗଠନ ସ୍ୱାଗତ କରିଥିବା ବେଳେ, ଏହା ଦ୍ୱାରା ଧାନ ସଂଗ୍ରହ ଓ ଚାଉଳ ପ୍ରକ୍ରିୟାକରଣ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ କରାଯାଇଛି। ଶ୍ରମିକ ମଜୁରୀ, ଇନ୍ଧନ ଓ ଅନ୍ୟାନ୍ୟ ପ୍ରକ୍ରିୟାକରଣ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ମିଲର୍ସମାନେ ଦୀର୍ଘଦିନ ଧରି ମିଲିଂ ଚାର୍ଜ ବୃଦ୍ଧି ଦାବି କରୁଥିଲେ।
ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ମିଲର୍ସମାନେ ଆର୍ଥିକ ଭାବେ ଉପକୃତ ହେବା ସହିତ ଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଅଧିକ ସୁଚାରୁ ହେବ ବୋଲି ମତ ପ୍ରକାଶ ପାଇଛି। ଏହା ପରେ ମିଲର୍ସମାନଙ୍କ ପ୍ରସ୍ତାବିତ ଧର୍ମଘଟ ସ୍ଥଗିତ ହେବାର ସମ୍ଭାବନା ଦେଖାଦେଇଛି।
କେସିଙ୍ଗା ରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ ଷ୍ଟାର ନ୍ୟୁଜ୍ ଓଡିଶା

What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)