ଚାଞ୍ଚେଡ଼ି ପଞ୍ଚାୟତ ବାନ୍ଦାବାଜୁ ଗ୍ରାମରେ ନେଟୱର୍କ ସ୍ଥାପନ ପାଇଁ ଅଞ୍ଚଳବାସୀ ଦାବି

ଚାଞ୍ଚେଡ଼ି ପଞ୍ଚାୟତ ବାନ୍ଦାବାଜୁ ଗ୍ରାମରେ ନେଟୱର୍କ ସ୍ଥାପନ ପାଇଁ ଅଞ୍ଚଳବାସୀ ଦାବି

Apr 01, 2025 - 19:57
0 222
ଚାଞ୍ଚେଡ଼ି ପଞ୍ଚାୟତ ବାନ୍ଦାବାଜୁ ଗ୍ରାମରେ ନେଟୱର୍କ ସ୍ଥାପନ ପାଇଁ ଅଞ୍ଚଳବାସୀ ଦାବି

କନ୍ଧମାଳ,୧l୦୪:କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅନ୍ତର୍ଗତ ବାନ୍ଦାବାଜୁ,ଟୁଟାମାହା ଦୁଇଟି ଉଆଢ୍ ବାସୀ ନେଟୱର୍କ ସ୍ଥାପନ ନିମନ୍ତେ ଦାବି  କରିଛନ୍ତି । ଦିର୍ଘ ଦିନ ରୁ ଏଠାକାର ଜନସାଧାରଣ ଜରୁରୀକାଳୀନ ସମୟରେ ଯୋଗାଯୋଗ କରିବା ପାଇଁ ନେଟୱର୍କ ସମସ୍ୟା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମୋବାଇଲ ନେଟୱର୍କ ସ୍ଥାପନ ନିମନ୍ତେ ବାରମ୍ବାର ଦାବି କରିଛନ୍ତି କିନ୍ତୁ ମୋବାଇଲ ନେଟୱର୍କ ପାଇଁ ଏକ କିଲୋମିଟର ଯିବାକୁ ପଡ଼ୁଥିବାରୁ ବହୁତ ଅସୁବିଧା ଭୋଗୁଛନ୍ତି । ଚାଞ୍ଚେଡ଼ି ପଞ୍ଚାୟତ ର ୧ ନମ୍ବର ଦୁଇ ନମ୍ବର ୱାର୍ଡ ମୋଟ ଜନସଂଖ୍ୟା ୧୦୦୦ ଉର୍ଦ୍ଧ କିନ୍ତୁ ଏପର୍ଯ୍ୟନ୍ତ ଦୁଇ ୱାର୍ଡ ବାସୀ ଙ୍କ ପାଇଁ ଏଯାଏ ଗାଁ ରେ ହୋଇ ପାରିନାହିଁ ମୋବାଇଲ ନେଟୱର୍କ ଯାହାଫଳରେ ମୋବାଇଲ ନେଟୱର୍କ ସ୍ଥାପନ ପାଇଁ ଦାବି ରଖିଛନ୍ତି । ନେଟୱର୍କ ସ୍ଥାପନ  ପାଇଁ ବାରମ୍ବାର ଦାବି କରିଛନ୍ତି କିନ୍ତୁ ମୋବାଇଲ ନେଟୱର୍କ ସମସ୍ୟା ସମାଧାନ ହୋଇପାରୁନାହିଁ । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ବାନ୍ଦାବାଜୁ ଗାଁ ରେ ମୋବାଇଲ ନେଟୱର୍କ ସ୍ଥାପନ ନିମନ୍ତେ ଅଞ୍ଚଳ ବାସୀ ପଞ୍ଚୁ ଦିଗାଲ, ରାହୁଳ ଦିଗାଲ, ପୂର୍ବତନ ୱାର୍ଡ ମେମ୍ବର ଷୁଶମା ପ୍ରଧାନ, ପଦ୍ମଚରଣ ମଲିକ, ଆମସ୍ ପ୍ରଧାନ, ସମିର ପ୍ରଧାନ, ରିତିକ୍ ପ୍ରଧାନ, ଚନ୍ଦ୍ରକାନ୍ତ ନାୟକ, ସମେତ ଗ୍ରାମ ବାସୀ ଦାବି କରିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User