ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ବଦଳକୁ ଓଜେୟୁର ବିରୋଧ ଭବାନୀପାଟଣାରେ ସାମ୍ବାଦିକଙ୍କ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରତିବାଦ ପତ୍ର

Aug 12, 2026 - 06:27
0 12
ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ବଦଳକୁ ଓଜେୟୁର ବିରୋଧ ଭବାନୀପାଟଣାରେ ସାମ୍ବାଦିକଙ୍କ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରତିବାଦ ପତ୍ର

ଭବାନୀପାଟଣା:୧୨l୮( ଷ୍ଟାରନିୟୁଜ ଓଡିଶା )ସାମ୍ବାଦିକଙ୍କ ପାଇଁ ରାଜ୍ୟରେ ପ୍ରଚଳିତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଯୋଜନାରେ ସାମିଲ କରିବା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛି ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)। ଏହାର ପ୍ରତିବାଦରେ ଓଜେୟୁ କଳାହାଣ୍ଡି ଜିଲ୍ଲା ୟୁନିଟ୍ ପକ୍ଷରୁ ଭବାନୀପାଟଣାରେ ପ୍ରତିବାଦ କରାଯାଇଛି।
ଜିଲ୍ଲା ୟୁନିଟ୍ ସଭାପତି ନିରୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସାମ୍ବାଦିକମାନେ ଏକତ୍ରିତ ହୋଇ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଅବ୍ୟାହତ ରଖିବା ପାଇଁ ଦାବି ଜଣାଇଥିଲେ। ପରେ ମୁଖ୍ୟମନ୍ତ୍ରୀ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରତିବାଦ ପତ୍ର ପ୍ରଦାନ କରାଯାଇଥିଲା।
କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସାମ୍ବାଦିକମାନଙ୍କଠାରୁ ଏହି ପ୍ରତିବାଦ ପତ୍ର ଗ୍ରହଣ କରିଥିଲେ।
ଓଜେୟୁ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା। ତେଣୁ ଏହି ଯୋଜନାକୁ ବନ୍ଦ କିମ୍ବା ପରିବର୍ତ୍ତନ ନକରି ପୂର୍ବବତ୍ ଜାରି ରଖିବା ସହ ଏହାର ସୁବିଧା ଓ ପରିସରକୁ ଆହୁରି ସୁଦୃଢ଼ କରିବାକୁ ସଂଘ ଦାବି କରିଛି।
ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନ, ଅଭିରାମ ପ୍ରସାଦ ପଟ୍ଟନାୟକ, ବିକାଶ ରଞ୍ଜନ ପ୍ରଧାନଙ୍କ ସମେତ ଓଜେୟୁର ଅନ୍ୟ ସଦସ୍ୟ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User