ଦାଦପୁରରେ ‘ହର ଘର ତିରଙ୍ଗା’ ଅଭିଯାନରେ ତ୍ରିରଙ୍ଗା ଶୋଭାଯାତ୍ରା
ଦାଦପୁର, ୧୨l୮: (ଷ୍ଟାରନିୟୁଜ ଓଡିଶା )ପିଏମ୍ ଶ୍ରୀ ଦଧିବାମନ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଦାଦପୁର ପରିସରରେ ଆଜି ‘ହର ଘର ତିରଙ୍ଗା’ ଅଭିଯାନ ଅବସରରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।
ବିଦ୍ୟାଳୟର NCC ଅଧିକାରୀ ତଥା ‘ପ୍ରକୃତି ବନ୍ଧୁ’ ପୁରସ୍କାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ରବି ପ୍ରସାଦ କାନୁନଗୋଙ୍କ ଆହ୍ୱାନକ୍ରମେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ SMC ସଦସ୍ୟମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ। ବିଦ୍ୟାଳୟ ପରିସରରୁ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରା ବାହାରି ସମଗ୍ର ଗ୍ରାମ ପରିକ୍ରମା କରିଥିଲା।
ଶୋଭାଯାତ୍ରା ସମୟରେ ‘ଜୟ ହିନ୍ଦ’, ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ୍’ ଧ୍ୱନିରେ ପରିବେଶ ମୁଖରିତ ହୋଇଥିଲା। ଏହା ମାଧ୍ୟମରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଦେଶପ୍ରେମ ଓ ମାତୃଭୂମି ପ୍ରତି ଶ୍ରଦ୍ଧାର ବାର୍ତ୍ତା ପହଞ୍ଚାଯାଇଥିଲା।
ଇକୋ କ୍ଲବ୍ ଦାୟିତ୍ୱରେ ଥିବା ଶିକ୍ଷକ ଶ୍ରୀ ବଳରାମ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। PET ଶିକ୍ଷକ ଶ୍ରୀ କୁଶ ଦେବ ଆଡଯୁଆଡ ଶୋଭାଯାତ୍ରାକୁ ଶାନ୍ତି ଓ ଶୃଙ୍ଖଳାର ସହ ପରିଚାଳନା କରିଥିଲେ।
ପରିଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରବି ପ୍ରସାଦ କାନୁନଗୋ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ ଏବଂ ଶୋଭାଯାତ୍ରାର ସମାପନ ଘୋଷଣା କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)