ବିଦ୍ୟୁତ ସସ୍ପର୍ଶ ରେ ଆସି ମାଁ ପୁଅ ମୃତ୍ୟୁ ବଞ୍ଚିବାର ରାହା ଖୋଜୁଛି ମାଁ ଛେଉଣ୍ଡ ନାବାଳକ ଜଗଦିଶ।

କଳାହାଣ୍ଡି/ଲାଞ୍ଜିଗଡ,୨୬l୫ (ଷ୍ଟାରନିୟୁଜ ଓଡିଶା): ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପୋଇଗୁଡ଼ା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା I ବିଦ୍ୟୁତ ସଂସ୍ପର୍ଶରେ ଆସି ମାଁ ପୁଅଙ୍କ ମୃତ୍ୟୁ ଘଟିଛି I ପୋଇଗୁଡ଼ା ଗାଁର ଫୁଲମତି ନାଏକ (୨୯) ସାନପୁଅ ସବୀର ନାଏକ (୭ମାସ) ଶିଶୁଙ୍କୁ କାଖେଇ ନିଜ ଘର କାମ କରୁ ଥିବା ସମୟରେ ଅଜାଣତରେ ଘରେ ଛିଣ୍ଡି ରହିଥିବା ବିଦ୍ୟୁତ ତାର ସମ୍ପର୍ଶ୍ୱରେ ଆସି ଘଟଣା ସ୍ଥଳରେ ମାଁ ପୁଅଙ୍କ ମୃତ୍ୟୁ ଘଟିଥିବାବେଳେ ୮ବର୍ଷର ଶିଶୁ ଜଗଦିଶ ନାଏକ ବାପା, ମାଁ ଛେଉଣ୍ଡ ହୋଇ ବଞ୍ଚିବାର ରାହା ଖୋଜୁଛି l ତେଵେ ଆଗରୁ ବାପାକୁ ହରାଇଥିବା ବେଳେ ଆଜି ମାଁ ଓ ଭାଇଙ୍କୁ ହରାଇ ୮ବର୍ଷିୟ ଜଗଦିଶ ନାଏକ ବେସାହାରା ହୋଇ ପଡିଛନ୍ତି l ପରିବାର କହିଲେ ବାପା, ମାଁ ଓ ସାନ ଭାଇ ଥିଲେ ହେଲେ ସମ୍ପୂର୍ଣ ଭାବେ ଆଜି ପରିବାର ହରାଇଲା ପରେ ନିଜର ବୋଲି କେଇ ନାହାନ୍ତି l ଏହି ଭଲି ହୃଦୟ ବିଦ୍ଧାରକ ଦୃଶ୍ୟ ଦେଖୀବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପୋଇଗୁଡ଼ା ଗାଁରେ l ସୂଚନା ମତେ ଆଠ ମାସ ତଳେ ସ୍ୱାମୀ ସନ୍ତୋଷ ନାଏକ କୁ ହରାଇ ଥିବା ସ୍ତ୍ରୀ ଫୁଲମତି ନାଏକ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଆଠ ବର୍ଷର ବଡ ପୁଅ ଜଗଦିଶ ନାଏକ ଓ ସାତ ମାସର ସାନ ପୁଅ ସବୀର ନାଏକ ଏହି ଦୁଇ ପୁଅଙ୍କୁ ନେଇଁ କୁଲୀମଜୁରୀ କରି ଶିଶୁମାନଙ୍କୁ ପ୍ରତିପୋଷଣ କରି ଆସୁଥିଲେ l କିନ୍ତୁ ଆଜି ଘରେ ସତେ ଯେମିତି ସକାଳୁ ଯମରାଜ ଛକି ରହିଥିଲା ପରି ମାଁ ପୁଅଙ୍କୁ ଯମ ଦଉଡ଼ିରେ ବାନ୍ଧି ନେଇଛି l ବାପାଙ୍କ ମୃତ୍ୟୁର ୮ ମାସ ନ ପୂରୁଣୁ ଏବେ ମାଁ ଓ ସାନ ଭାଇଙ୍କୁ ହରାଇଛନ୍ତି l ବାପାଙ୍କୁ ହରାଇଲା ପରେ ପରିବାର କହିଲେ ମାଁ ଓ ୭ମାସର ସାନ ଭାଇ ସବୀର ନାଏକ ଥିଲେ l କିନ୍ତୁ ଆଜି ଅସାବଧାନତା ଯୋଗୁଁ ମାଁ ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି l ଖବର ପାଇ ବିଶ୍ୱନାଥପୁର ବିଦ୍ୟୁତ ବିଭାଗ ଯନ୍ତ୍ରୀ ସନ୍ଦୀପ ଠାକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଏନେଇ ମୃତକଙ୍କ ସମ୍ପର୍କୀୟ ଲୋକେ ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ବିଜେପୁର ଥାନା ଏଏସ୍ ଆଇ ଶ୍ୟାମ କୁଲସିକା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ୟୁଡ଼ି କେସ ନମ୍ବର ୭/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ ଡାକ୍ତର ଖାନାକୁ ପଠାଇଥିବା ବେଳେ ଲାଞ୍ଜିଗଡ ତହସିଲଦାର ବନମାଳୀ ମେହେରଙ୍କ ଉପସ୍ଥିରେ ଶବ ବ୍ୟବଛେଦ ପରେ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ହସ୍ତାନ୍ତର ପରେ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ମାଁ ପୁଅଙ୍କ ଅନ୍ତିମ ସଂସ୍କାର କରାଯାଇଛି l ଏହି ଦୁଃଖ ଖବର ପାଇ ଲାଞ୍ଜିଗଡ ଜୋନ-୨ଜିଲ୍ଲାପରିଷଦ ପରୀକ୍ଷିତ ନାଏକ, ବିଜେପୁର ସରପଞ୍ଚ ପ୍ରତିନିଧି ଟିକା ମାଝୀ, ଆମର ନାଏକ, ଇନ୍ଦ୍ର ମାଝୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ ବାପା, ମାଁ ଛେଉଣ୍ଡ ଜଗଦୀଶ କୁ ସମବେଦନା ଜଣାଇଛନ୍ତି l ତେଵେ ଘଟଣାକୁ ଗମ୍ଭୀରତାର ସହିତ ଗ୍ରହଣ କରି ବାପା ମାଁ ଛେଉଣ୍ଡ ଜଗଦିଶ ନାଏକଙ୍କୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍
What's Your Reaction?






