ପୋଡ଼ିଗଲା ଟ୍ରାନ୍ସଫର୍ମର ୧୩ ଦିନ ହେଲା ଅନ୍ଧାରରେ ଧାରଣାବେଡା ଗ୍ରାମ ।

May 27, 2025 - 19:25
0 155

ଝରିଗାଁ,୨୭l୫( ଷ୍ଟାର ନିୟୁଜ ଓଡ଼ିଶା): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଇ ଦେବା ସହ ବିଦ୍ୟୁତ ବିଲ ବକେୟା ଥିଲେ ମଧ୍ୟ ବିଜୁଳି କଟାଯିବ ନାହିଁ ବୋଲି ଘୋଷଣା କରିଛନ୍ତି।ତେବେ ଝରିଗାଁ ବ୍ଲକରେ ବିଦ୍ୟୁତ ବିଭାଗ ପ୍ରଶାସନ ଘୋଷଣା କରିବା ପରେ ମଧ୍ୟ ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି।ଟ୍ରାନ୍ସଫର୍ମର ପୋଡିଯିବା ପରେ ମରାମତି ହୋଉ ନଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡା ପଞ୍ଚାୟତ ଅନ୍ତର୍ଗତ ଧାରଣାବେଡା ଗ୍ରାମରେ ୧୩ ଦିନ ହେଲା ବିଦ୍ୟୁତ ଆସିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏପରିକି ପ୍ରଶାସନର ନିର୍ଦ୍ଦେଶକୁ ଝରିଗାଁ ବିଦ୍ୟୁତ ବିଭାଗ ପାଳନ କରୁନଥିବା ଅଭିଯୋଗ ହୋଇଛି।ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଧାରଣାବେଡା ଗ୍ରାମବାସୀଙ୍କୁ ବିଦ୍ୟୁତ ଯୋଗାଇ ଦେବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଦୁଇଟି ଟ୍ରାନ୍ସଫର୍ମର ଯୋଗାଇ ଦିଆଯାଇଥିଲା।ତେବେ ଗୋଟିଏ ଟ୍ରାନ୍ସଫର୍ମର ପ୍ରାୟ ଦେଢ଼ ବର୍ଷ ହେବ କୌଣସି କାରଣରୁ ପୋଡି ଯାଇଥିଲା।ସେହି ଦିନ ଠାରୁ ବିଦ୍ୟୁତ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ମରାମତି ହୋଇନଥିବା ବେଳେ ଗୋଟିଏ ଟ୍ରାନ୍ସଫର୍ମରରେ ଧାରଣାବେଡା ଗ୍ରାମର ପ୍ରାୟ ୯୦ ପରିବାରକୁ ବିଦ୍ୟୁତ ଯୋଗାଇ ଦିଆଯାଉଥିଲା।ତେବେ ଗତ ୧୫ ତାରିଖ ଦିନ ସନ୍ଧ୍ୟା ସମୟରେ ହଠାତ ବର୍ଷା ଓ ଘଡ଼ଘଡ଼ି ହେବା ଯୋଗୁଁ ସେହି ଟ୍ରାନ୍ସଫର୍ମର ମଧ୍ୟ ପୋଡି ଯାଇଥିଲା।ଟ୍ରାନ୍ସଫର୍ମର ପୋଡି ଯିବାର ୧୩ ଦିନ ପରେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ ମରାମତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଯୋଗୁଁ ଧାରଣାବେଡା ଗ୍ରାମ ଅନ୍ଧାରରେ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଝରିଗାଁ ବ୍ଲକରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ତାତିରେ ଗ୍ରାମବାସୀ ସମସ୍ୟାର ସମ୍ମୁଖିନ ହେଉଛନ୍ତି।ବିଶେଷ କରି ରୋଗୀ ଓ ଛୋଟ ଛୋଟ ଶିଶୁ ମାନଙ୍କ କ୍ଷେତ୍ରରେ ଅଧିକ ସମସ୍ୟା ଦେଖାଦେଇଛି।ସେହିପରି ପିଲା ମାନଙ୍କ ପାଠପଢା ସମୟରେ ସମସ୍ୟା ଦେଖାଦେଇଛି।ସେହିପରି ବିଦ୍ୟୁତ ନଥିବା ଯୋଗୁଁ ଚାଷ ମଧ୍ୟ ପ୍ରଭାବିତ ହେବ ବୋଲି ସ୍ଥାନୀୟ ଚାଷୀ ଆଶଙ୍କା କରୁଛନ୍ତି।ତେଣୁ ପ୍ରଶାସନ ନିର୍ଦ୍ଦେଶ କ୍ରମେ ବିଦ୍ୟୁତ ବିଭାଗ ପକ୍ଷରୁ ତୁରନ୍ତ ଟ୍ରାନ୍ସଫର୍ମର ମରାମତି କରିବା ସହ ବିଦ୍ୟୁତ ସଂଯୋଗ କରିବା ପାଇଁ ଗ୍ରାମର କମଳ ଭତରା, ପରମା ଭତରା, ବଳିରାମ ଭତରା, ଭୁଜବଳ ଗୌଡ଼, ଦୁଣ୍ଡାଲ ଭତରା, ଲଖିନାଥ ଭତରା, ରବି ଭତରା, ବୁଦୁରାମ ବିନ୍ଧାଣୀ, ଖଗପତି ଭତରା, ଧନପତ ଭତରା ପ୍ରମୁଖ ଦାବି କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User