ଭାଲୁ ଆକ୍ରମଣରେ ଯୁବକ ଗୁରୁତର।
ଝରିଗାଁ,୧୪l୭(ଷ୍ଟାର ନିୟୁଜ ଓଡିଶା ): ଶୌଚ ପାଇଁ ନାଳକୁ ଯାଇଥିବା ଜଣେ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜିତ୍ରୁସାହି ଗ୍ରାମର ଉର୍ଦ୍ଧବ ସାନ୍ତା(୨୫) ଆଜି ସକାଳୁ ଘର ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ମିର୍ଚିଘାଟି ନାଳକୁ ଶୌଚ ହେବା ପାଇଁ ଯାଇଥିଲେ।ନାଳ ନିକଟରେ ହଠାତ ଦୁଇଟି ଭାଲୁର ହାବୁଡ଼ରେ ପଡିଯାଇଥିଲେ।ଗୋଟିଏ ଭାଲୁ ଜଙ୍ଗଲ ଭିତରକୁ ଚାଲିଯାଇଥିବା ବେଳେ ଅନ୍ୟ ଏକ ଭାଲୁ ଆକ୍ରମଣ କରିଥିଲା।ଭାଲୁ ଆକ୍ରମଣ ପରେ ଯୁବକ ଚିତ୍କାର କରିଥିଲା।ଚିତ୍କାର ଶୁଣି ଗାଇ ଚରାଳି ମାନେ ଯୁବକଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ।ପରେ ବାଇକ ଯୋଗେ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଯୁବକର କାନ ଏବଂ ପଛପଟ ଭାଗରେ ଗଭୀର ଆଘାତ ହୋଇଥିଲା।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)