ଖାଇଙ୍ଗ ଜଙ୍ଗଲ ନାଲା ପାଲଟିଛି ମଦ ମାଫିଆ ଙ୍କ ର ଆର୍ଡ଼ା

Jul 14, 2025 - 09:55
Updated: 1 year ago
0 32
ଖାଇଙ୍ଗ ଜଙ୍ଗଲ ନାଲା ପାଲଟିଛି ମଦ ମାଫିଆ ଙ୍କ ର ଆର୍ଡ଼ା

ଭବାନୀପାଟଣା.୧୩/୭( ଷ୍ଟାରନିୟୁଜ ଓଡିଶା)ସଦର ଥାନା ଅଧୀନରେ ଥିବା ଖାଇଙ୍ଗ ଜଙ୍ଗଲ ଠାରେ ଶନିବାର ଦିନ ସକାଳ ୧୦ ଘଣ୍ଟା ସମୟରେ  କଳାହାଣ୍ଡି ଅବକାରୀ ସୁପରିଟେଣ୍ଡ ରଞ୍ଜନ କୁମାର ନାଏକ ଙ୍କ ନେତୃତ୍ୱରେ ବଡ ଧରଣର ଚଢ଼ାଉ କରିଥିବା ବେଳେ ପୁଣି ଆଜି ଖାଇଙ୍ଗ ଜଙ୍ଗଲ  ମଦ ମାଫିଆଙ୍କ ଆର୍ଡା ପାଲଟିଛି କିଛି ଦିନ ତଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ଗାଁ ହେଉ ବା ସହର ଗ୍ରାମପଞ୍ଚାୟତ ଠାରେ ନିଶା ନିବାରଣ ର ସଂକଳ୍ପ କୁ ନେଇ ଲୋକଙ୍କୁ ସଚେତନତା ର ବାର୍ତ୍ତା ଦେଇଥିବା ବେଳେ ଖାଇଙ୍ଗ ଜଙ୍ଗଲ ନାଲା ଠାରେ ଦେଶୀ ମହୁଲି ର କାରବାର ବହୁ ଯୋର ସୋର ରେ ଚାଲିଛି ଏହି ହାତ ରନ୍ଧା ଦେଶୀ ମଦ କୁ ୟୁରିଆ ସୁଲେକଶନ ପଟାସ ଇତ୍ୟାଦି ସାମଗ୍ରୀ ଦେଇ ତିଆରି କରୁଛନ୍ତି ଯାହା ଦ୍ଵାରା ସେହି ମଦ ଳୋକେ ପିଇ ଦିନକୁ ଦିନ କିଟନୀ, କଲିଜା ଫୁସ ଫୁସ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଉଛନ୍ତି ଖାଇଙ୍ଗ ଗ୍ରାମର କିଛି ବ୍ୟକ୍ତି ପଇସା ଲୋଭରେ  ବିଷାକ୍ତ ମଦ ତିଆରି କରି ମଣିଷ କୁ ମାରିବାରେ ପଛଉ ନଥିବାବେଳେ ଘଟଣା ସ୍ଥଳରେ  ଥାନା ଅଧିକାରୀ ତିଳକ ରାମ ନାଏକ ଙ୍କ ସହ ଅବକାରୀ ଟିମ ପହଂଚି ଥିବା ବେଳେ  ଅବକାରୀ ବିଭାଗ ଙ୍କୁ ଦେଖି ଘଟଣା ସ୍ଥଳରେ ଚୋରା ଦେଶୀ ମଦ ମାଫିଆ ଫେରାର ମାରିଥିବା ବେଳେ ରସ ଡେକଚି ୬ଗୋଟି ବାଉଁଶ ନାଲା ସହ ୧୬ଗୋଟି ପ୍ଲାଷ୍ଟିକ ଡ୍ରାମ ଠାରେ ମହୁଲ ପୋଚ  ୧୬୦୦ସହ କେଜି ମହୁଲ ଓ ୧୮୦ ଲିଟର  ହାତରନ୍ଧା ମଦ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଥିବା ବେଳେ ପୁଣି ଭବାନୀପାଟଣା ସଦର ଅଧୀନରେ ଥିବା କାର୍ଲପଡା ଠାରୁ ଛେଲିଆମାଲ ରାସ୍ତାରେ ଟାଟା ଇଣ୍ଡିକୋ କାର ନମ୍ବର 0R-15P-0467 କାର ଭିତରେ ହାତ ରନ୍ଧା ଦେଶିମହୁଲି ମଦ 216 ଲିଟର ଜବତ କରି ଆଜି ଦୁଇ ଜଣଙ୍କୁ କୋଟ ଚାଲାଣ କରିଥିବା ସୂଚନା ରହିଛି l

କଳାହାଣ୍ଡି ଜିଲ୍ଲା ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିଳ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User