ଗାଁ ଦାଣ୍ଡରେ କାଦୁଆ ପଚ ପଚ ରାସ୍ତା କଙ୍କ୍ରିଟ୍ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ଦାବି ।

Jul 14, 2025 - 08:37
 0  4
ଗାଁ ଦାଣ୍ଡରେ କାଦୁଆ ପଚ ପଚ ରାସ୍ତା କଙ୍କ୍ରିଟ୍ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ଦାବି ।

ଖଜୁରୀପଡା/ଚକାପାଦ,୧୪l୭(ଷ୍ଟାର ନିୟୁଜ) : ସରକାର ଗମନାଗମନ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ପ୍ରଶାସନଙ୍କର ଅବହେଳା ଯୋଗୁଁ ଆଜି ବି ଗାଁର ରାସ୍ତା କାଦୁଅ ପଚ ପଚ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ବପଲମେଣ୍ଡି ପଞ୍ଚାୟତ ବଡ଼ିସାହି ଗ୍ରାମର ରାସ୍ତା ବର୍ଷା ଦିନେ କାଦୁଅ ପଚ ପଚ ହେଉଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଲୋକ ମାନେ ଯିବା ଆସିବା କରିବା ସହିତ ଜରୁରୀକାଳୀନ ସେବାରେ ନାହିଁ ନଥିବା ହଇରାଣ ହେଉଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର କଙ୍କ୍ରିଟ୍ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow