ଚନ୍ଦନଧାରା ଶୈବପୀଠରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ।

Jul 14, 2025 - 16:17
 0  7
ଚନ୍ଦନଧାରା ଶୈବପୀଠରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ।

ଝରିଗାଁ ,୧୪l୭(ଷ୍ଟାର ନିୟୁଜ ଓଡିଶା): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବା ବେଳେ ଭାରତ ବର୍ଷର କୋଣେ ଅନୁକୋଣେ ଥିବା ସମସ୍ତ ଶୈବପୀଠ ମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଳୁ ଓ ମାନସିକଧାରୀମାନେ ଭିଡ଼ ଜମେଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବିଭିନ୍ନ ଶିବ ମନ୍ଦିର ମାନଙ୍କରେ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି |ବିଶେଷ କରି ବଡ଼ ଟେମରା଼ ପଂଚାୟତ ଅନ୍ତର୍ଗତ ଚନ୍ଦନଧାରା ଶୈବପୀଠରେ ଭକ୍ତ, ଶ୍ରଦ୍ଧାଳୁ, ମାନସିକଧାରୀ ଓ ପର୍ଯ୍ୟଟନଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଲିଛି |ଝରିଗାଁ ବ୍ଲକର ଏହି ପର୍ଯ୍ୟଟନ ସ୍ଥଳୀ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ରହିଥିବା ଯୋଗୁଁ ବର୍ଷର ବାରମାସ ପର୍ଯ୍ୟଟନ ଓ ପ୍ରକୃତିପ୍ରେମୀ ମାନେ ଚନ୍ଦନଧାରାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଭିଡ଼ ଜମାଉଥିବା ବେଳେ ଶ୍ରାବଣ ମାସରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ |ଭକ୍ତ, ଶ୍ରଦ୍ଧାଳୁ,ମାନସିକଧାରୀ ଓ ପର୍ଯ୍ୟଟକ ତଥା ପ୍ରକୃତିପ୍ରେମୀଙ୍କ ଭିଡ଼କୁ ଦୃଷ୍ଟିରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରତିବର୍ଷ ସୁବ୍ୟବସ୍ଥା କରାଯାଇଥାଏ |ଚଳିତ ବର୍ଷ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହେବା ଜାଣି ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଚନ୍ଦନଧାରା ପର୍ଯ୍ୟଟନ ସ୍ଥଳୀର ଟ୍ରଷ୍ଟ ବୋର୍ଡ ସଭାପତି ରଜନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି |ଆଜି ଭୋର ଚାରିଟାରୁ ମନ୍ଦିର ଖୋଲାଯାଇଥିବା ବେଳେ ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଭୋଗର ବ୍ୟବସ୍ଥା କରାଯାଇଥିବା ସୂଚନା ମିଲିଛି |ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ପୁଣିଥରେ ଭୋଗ ରୋଷେଇ କରାଯିବ ବୋଲି ସେ ସୂଚନା ଦେଇଛନ୍ତି |ଟ୍ରଷ୍ଟ ବୋଡର ଅନ୍ୟ କର୍ମକର୍ତା ମାନଙ୍କ ମଧ୍ୟରେ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ, ରବି ଜନୀ , ଅଗାଧୁ ମୁଦୁଲି , ବଦର ମୁଦୁଲି , ଜଗର ଜାନୀ , ରୁକ୍ନାଥ ଜାନୀ , ସହ ସମ୍ପାଦକ ପ୍ରମଦ ବାବୁ , ବିଜୟ ଦାସ ପ୍ରମୁଖ ଉପସ୍ଥିତ ରହି ବୋଲବମ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ସେମାନେ ଯେମିତି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ଉପରେ ନଜର ରଖିଥିବା ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow