କୁର୍ଲୁପଡାଗ୍ରାମରେ କବାଡି ସର୍ବସଧାରଣରାସ୍ତା ଉପରେ ଜୋର ଦାଖଲ କରି କବାଡି ବ୍ୟବସାୟ

Apr 13, 2026 - 06:02
 0  3
କୁର୍ଲୁପଡାଗ୍ରାମରେ କବାଡି ସର୍ବସଧାରଣରାସ୍ତା ଉପରେ ଜୋର ଦାଖଲ  କରି କବାଡି ବ୍ୟବସାୟ

କଳାହାଣ୍ଡି ଜିଲ୍ଲା, କେସିଙ୍ଗା ତା. ୧୩l୦୪( ଷ୍ଟାର ନିୟୁଜ ଓଡିଶା )କୁର୍ଲୁ ପଡା ଗ୍ରାମର କଲେକ୍ଟର ପଡା ଅଞ୍ଚଳରେ ବର୍ତ୍ତମାନ ଗୁରୁତର ଅବ୍ୟବସ୍ଥା ଦେଖାଦେଇଛି। ବାହାର ରାଜ୍ୟ ଛତିଶଗଡ଼ରୁ ଆସିଥିବା କେତେକ କବାଡି ବ୍ୟବସାୟୀ ଅନିୟମିତ ଭାବରେ ଲୁହ ଟିଣ, ପ୍ଲାଷ୍ଟିକ ଓ ବିଭିନ୍ନ ପ୍ରକାର ଜରି ସଂଗ୍ରହ କରି ଘର ସାମ୍ନାରେ ବଡ଼ ବଡ଼ ବଣ୍ଡଲ ଆକାରରେ ରଖୁଥିବା ଦେଖାଯାଇଛି।
ଏହାର ପରିଣାମରେ ଗ୍ରାମର ମୁଖ୍ୟ ରାସ୍ତା ଅବରୋଧ ହୋଇଥିବାରୁ ସାଧାରଣ ଲୋକମାନେ ଯାତାୟାତରେ ଭାରି ସମସ୍ୟାରେ ପଡୁଛନ୍ତି। ବିଶେଷକରି ଶିଶୁ, ବୃଦ୍ଧ ଓ ମହିଳାମାନେ ଏହି ସମସ୍ୟାରେ ଅଧିକ ପ୍ରଭାବିତ ହେଉଛନ୍ତି।
ଏହା ସହିତ, ଏଭଳି ଅବ୍ୟବସ୍ଥିତ ଭାବରେ ଜରି ରଖାଯାଇଥିବାରୁ ସେଠାରେ ସାପ ଓ ବିଛା ଦେଖାଦେବା ଘଟଣା ବୃଦ୍ଧି ପାଇଛି, ଯାହା ଗ୍ରାମବାସୀଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି କରିଛି। ଏହା ଲୋକଙ୍କ ସୁରକ୍ଷା ପାଇଁ ଗୁରୁତର  ହୋଇଉଠିଛି।
ସେହିପରି, ଗ୍ରୀଷ୍ମ ଋତୁ ଚାଲିଥିବା ବେଳେ ଏହି ଜରି ଓ ପ୍ଲାଷ୍ଟିକ ଜମା ରହିବା ଦ୍ୱାରା ଯଦି କୌଣସି କାରଣବଶତଃ ନିଆଁ ଲାଗିଯାଏ, ତେବେ ଆସପାସର ଘରବାଡ଼ି ପୋଡ଼ିଯିବାର ଭୟ ମଧ୍ୟ ରହିଛି।
ଗ୍ରାମବାସୀମାନେ ବାରମ୍ବାର ସମ୍ବନ୍ଧିତ ବ୍ୟକ୍ତିମାନଙ୍କୁ ରାସ୍ତା ପାଖରେ ଏଭଳି ସାମଗ୍ରୀ ରଖିବାକୁ ମନା କରିଥିଲେ ମଧ୍ୟ ସେମାନେ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଏନେଇ ଅନେକଥର ଅଭିଯୋଗ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଯାଇନାହିଁ।
ଓଡ଼ିଶା ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ, ଏହି ଅଞ୍ଚଳରେ ତାହାର ପ୍ରାୟୋଗିକ ପ୍ରଭାବ ଦେଖାଯାଉନାହିଁ।
 ଗ୍ରାମବାସୀଙ୍କ ଦାବି ଅନୁସାରେ..
ତୁରନ୍ତ ଅବୈଧ ଜରି ସଂଗ୍ରହ ବନ୍ଦ କରାଯାଉ,
ରାସ୍ତା ଅବରୋଧ ହଟାଯାଉ,
ସ୍ୱଚ୍ଛତା ଓ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯାଉ,
ପଞ୍ଚାୟତ ଓ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ
ଶେଷରେ, ଗ୍ରାମବାସୀମାନେ ପ୍ରଶାସନଙ୍କୁ ଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଜୋରଦାର ଦାବି କରିଛନ୍ତି।
 କେସିଙ୍ଗା ରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR