କୁର୍ଲୁପଡା ଗ୍ରାମରେ RWSS ପାଇପ ଯୋଗାଣ ବ୍ୟବସ୍ଥା ଅଚଳ: ପାଣି ସଙ୍କଟରେ ଗ୍ରାମବାସୀ

Apr 13, 2026 - 06:12
0 16
କୁର୍ଲୁପଡା ଗ୍ରାମରେ RWSS ପାଇପ ଯୋଗାଣ ବ୍ୟବସ୍ଥା ଅଚଳ: ପାଣି ସଙ୍କଟରେ ଗ୍ରାମବାସୀ

କଳାହାଣ୍ଡି ଜିଲ୍ଲା କେସିଙ୍ଗା  ଅନ୍ତର୍ଗତ କୁର୍ଲୁପଡା, ତା. ୧୩/୦୪ (ଷ୍ଟାର ନିୟୁଜ ଓଡିଶା ):କୁର୍ଲୁପଡା ଗ୍ରାମରେ ରୂରାଲ୍ ୱାଟର ସପ୍ଲାୟ ଏଣ୍ଡ ସାନିଟେସନ (RWSS) ବିଭାଗ ଦ୍ୱାରା ସ୍ଥାପିତ ପାଇପ ଯୋଗାଣ ବ୍ୟବସ୍ଥା ବର୍ତ୍ତମାନ ପୂରାପୂରି ଅଚଳ ଅବସ୍ଥାରେ ପଡ଼ିରହିଛି। ଯେଉଁ ପାଇପ ଦ୍ୱାରା ଗ୍ରାମକୁ ପିଇବା ଜଳ ଯୋଗାଣ ହେବାକୁ ଥିଲା, ସେହି ପାଇପଗୁଡିକ ଏବେ ଖରାପ ହୋଇ ଅବ୍ୟବହୃତ ଅବସ୍ଥାରେ ରହିଛି।
ଗ୍ରାମବାସୀମାନେ କହିଛନ୍ତି ଯେ, ଏହି ସମସ୍ୟା ବିଷୟରେ ବାରମ୍ବାର RWSS ,SDO  ଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ସ୍ପଷ୍ଟ ପଦକ୍ଷେପ ନିଆଯାଇନାହିଁ କିମ୍ବା ଉତ୍ତର ମିଳୁନାହିଁ।
ଏହାସହ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ନଦୀ ଓ ନାଳଗୁଡିକ ଶୁଖିଯାଇଥିବାରୁ ଗ୍ରାମରେ ତିବ୍ର ପାଣି ସଙ୍କଟ ସୃଷ୍ଟି ହୋଇଛି। ଦୈନିକ ପାଣି ଆବଶ୍ୟକତା ପୂରଣ ପାଇଁ ଲୋକମାନେ ବିପଦରେ ପଡ଼ିଥିବା ବେଳେ ପ୍ରଶାସନର ନିରବତା ଉପରେ ଗ୍ରାମବାସୀମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗ୍ରାମବାସୀମାନଙ୍କ କହିବା ଅନୁସାରେ, ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ ନ ହୁଏ , ତେବେ ସେମାନେ ଜିଲ୍ଲା କଲେକ୍ଟର ଓ ଜଳ ଯୋଗାଣ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବାକୁ ବାଧ୍ୟ ହେବେ।
କେସିଙ୍ଗା ରୁ ସୁଜୟନଙ୍ଗାଳତି ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User