ନିମ୍ନମାନର ରାସ୍ତା କାମ,ଠିକାଦାର ଏବଂ ଯନ୍ତ୍ରୀ ମଧୁ ଚନ୍ଦ୍ରିକା?

ବାଲିଗୁଡା ତା :୩l ୬ (ଷ୍ଟାରନିୟୁଜ ଓଡିଶା)ବିଜୁ ସେତୁ ଯୋଜନା ଗ୍ରାମ୍ୟ ଉନ୍ନୟନ ବିଭାଗ ବାଲିଗୁଡ଼ା l ସକରପଡ଼ି ଠାରୁ ବୁକୁ କିଆ ରାସ୍ତା l ଚୁକ୍ତି ନାମା ରାଶି. ଟ 2. 90.04.270 ନିର୍ମାଣ କାରୀ ସଂସ୍ଥା ଶ୍ରୀ ସଞ୍ଜୟ କୁମାର ମିଶ୍ର କରିଥିବା ନିନ୍ମମାନ ଅଭିଯୋଗ କରି ଛନ୍ତି ବୁକୁକିଆଁ ଗ୍ରାମ ବାସୀ l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଗ୍ରାମ ପଞ୍ଚେୟତର ଏହି ଦୃଶ୍ୟ ଦେଖିବାକୁ ମିଳିଛି l ଦୀର୍ଘ 60 ବର୍ଷ ଧରି ଆଦିବାସୀ ମାନେ ଜଙ୍ଗଲ ଘେରା ଗ୍ରାମରେ ବାସ କରନ୍ତି l ସେମାନଙ୍କର ସ୍କୁଲ. କଲେଜ. ଡାକ୍ତର ଖାନା. ଇଣ୍ଟେର୍ନେଟ କାମ ବୁକୁକିଆ ଠାରୁ କପରଡ଼ି ନାଳ ଦେଇ ଯିବାକୁପଡ଼େ ବାରଖମା ଏବଂ ବାଲିଗୁଡ଼ାକୁ l କିନ୍ତୁ ବର୍ଷା ଦିନ ହେଉ କିଅବା ଅନ୍ୟ ଦିନ ହେଉ ଯାତାୟାତ ରାସ୍ତା ଖଣ୍ଡିଏ ନ ଥିଲା. l ଅନେକ ଅସୁବିଧା ର ସାମ୍ନା କରିବାକୁ ପଡ଼ୁଥିଲା ଗ୍ରାମ ବାସି ଙ୍କୁ l ଭଗବାନ ଙ୍କ ଦୟାରେ ସକରପଡ଼ି ଠାରୁ ବୁକୁକିଆ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାସ୍ତା ଏବଂ ସେତୁନିର୍ମାଣ ହୋଇଥିବା ବେଳେ ଏକ ନିନ୍ମମାନ ର କାର୍ଯ୍ୟ ଦେଖିବାକୁ ମିଳିଛି l ଏ ନେଇ ଗ୍ରାମ ବାସୀଙ୍କର ଅଭିଯୋଗ l ଦେଖନ୍ତୁ ଦୁଇ ମାସ ହେଲା ରାସ୍ତା ନିର୍ମାଣ ସରି ଯାଇଛି କିନ୍ତୁ ରାସ୍ତା ର ଅବସ୍ତା ଦେଖନ୍ତୁ କିପରି ହେଇଛି l ପ୍ରଶ୍ନ ଉଠେ ନିଶ୍ଚିତ ଠିକାଦାର ଏବଂ ଯନ୍ତ୍ରୀ ଙ୍କ ମଧ୍ୟ ରେ ରହି ଅଛି କି? ମଧୁ ଚନ୍ଦ୍ରିକା l ସେଥିପାଇଁ ତ ରାସ୍ତା ର ଏହି ପରି ନିନ୍ମମାନ ରେ ନିର୍ମାଣ କରି ଛନ୍ତି ଠିକା ଦାର ବାବୁ l ଦେଖିବାକୁ ବାକି ରହିଲା ପ୍ରଶାସନ ଙ୍କ ପଦକ୍ଷେପ l
କନ୍ଧମାଳ ଜିଲ୍ଲା ବୁକୁକିଆ ରୁ ସ୍ୱତନ୍ତ୍ର ପ୍ରତିନିଧି ସଲମନ ଦିଗାଲ ଷ୍ଟାର ନିୟୁଜ l
What's Your Reaction?






