ନୁଆଁ ବସ ଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ l
କୋଟଗଡ,୨୪l୫ ((ଷ୍ଟାରନିୟୁଜ ଓଡିଶା):କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ହାଟପଦା ଠାରେ ବହୁ ବର୍ଷ ହବ ବସଷ୍ଟାଣ୍ଡ ପାଇଁ ତତ କାଳୀନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଶିଳାନ୍ୟାସ କରିଥିଲେ |ହେଲେ ଏ ଯାବତ ସେଠାରେ ଏକ ସୁଲଭ ବସ ଷ୍ଟାଣ୍ଡ ପାଇଁ ଜମି ଅଧିଗ୍ରହଣ ହୋଇ ନ ଥିବାରୁ ପ୍ରାୟ ୧ ବର୍ଷ ରୁ ଅଧିକ ହବ ଠିକାସଂସ୍ଥା ବସ ଷ୍ଟାଣ୍ଡ ନିର୍ମାଣ କାମ କରିପାରୁ ନ ଥିବା ଅଭିଯୋଗ କରି ଆସୁଥିଲେ | ବାରମ୍ବାର ପ୍ରଶାସନିକ ନୋଟିସ ସତ୍ୱେ ପଞ୍ଚାୟତ ଗୃହ ରେ ଦୋକାନ ଖୋଲି ବ୍ୟବସାୟ ଚାଲୁରଖିବା ସହ କିଛି ନିରୀହ ଜନସାଧାରଣ କୋଡିଏ ବର୍ଷ ହବ ଘର କରି ରହିଆସୁ ରୁ କୁଣ୍ଠା ପ୍ରକଶ କରିଥିଲେ | କିନ୍ତୁ ଶୁକ୍ରବାର କୋଟଗଡ ତହସିଲଦାର ଜିତେନ୍ଦ୍ର କୁମାର ନାୟକ ଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୁଲିସ ଫୋର୍ସ,ବିଜୁଳି କର୍ମଚାରୀ, ମୋବାଇଲ ସ୍ୱାସ୍ଥ୍ୟ ଟିମ ଏବଂ ଅନୁସଙ୍ଗିକ ବ୍ୟବସ୍ଥା କରାଯାଇ ୨ଟି ବୁଲଡ୍ରୋଜର ସହାୟତାରେ ଜବରଦଖଲ ଉଛେଦ କରାଯାଉଥିବା ଦେଖିବାକୁ ମିଳିଛି |ଅନ୍ୟପଟେ ଜଣେ ନିରୀହ ବୃଦ୍ଧା ଦୀର୍ଘ ବର୍ଷ ହବ ଘରକରି ରହିଆସୁଥିବା ରୁ ଭିଟା ମାଟି ଛାଡି ଯିବାପାଇଁ ଇଛା ପ୍ରକଶ ନ କରି ନିଜ ଛୋଟ କୁଡ଼ିଆ ଖଣ୍ଡିକୁ ଚାହିଁ କାନ୍ଦୁଥିବା ର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା |ତା ପରେ କୋଟଗଡରେ ବାରମ୍ବାର ଦୁର୍ଘଟଣା ଘଟୁ ଥିବାରୁ ଜାନ ବାହନ ଦୁର୍ଘଟଣା ରୋକିବାକୁ ତହସିଲଦାର ଏବଂ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କୋଟଗଡ ବଜାର ରେ ଥିବା ଦୋକାନଗୃହ ସମ୍ମୁଖ ରାସ୍ତାକୁ କବ୍ଜା କରିବାକୁ ମନା କରିବା ସହ ରାସ୍ତା ସମ୍ପ୍ରସାରଣ ପାଇଁ ବଜାର ଛକ ଠାରୁ ସୁବର୍ଣ୍ଣଗିରି ଯିବା ରାସ୍ତା ଓ ପୁରା ବଜାର କଡ଼ ରେ ମାଡ଼ି ବସିଥିବା ଉଠାଦୋକାନୀଙ୍କୁ ଉଠାଉଥିବା ଦେଖିବାକୁ ମିଳିଛି |ଏହି ସମୟରେ ତୁମୁଡିବନ୍ଧ ତହସିଲଦାର ଦୋଳଗୋବିନ୍ଦ ସାହୁ, ସୁପରଭାଇଜର ଗୋଲକବିହାରୀ ସାମନ୍ତସିଂହାର କର, ରାଜସ୍ବ ନିରୀକ୍ଷକ ରଂଜିତ ସାହୁ ସମେତ ବହୁ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ l
କୋଟଗଡ଼ରୁ ସଲମନ ଙ୍କ ରିପୋର୍ଟ୍ ନିୟୁଜ ଓଡିଶା l

What's Your Reaction?
Like
9
Dislike
0
Love
0
Funny
0
Wow
0
Sad
0
Angry
0
Comments (0)